ବାଲି ଗାଡିରୁ ଜୋରିମାନା ଆଦାୟ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ତହସିଲ ଅଧିନ ଵୈତରଣୀ ନଦୀର ଵିଭିନ୍ନ ସ୍ଥାନରୁ ବର୍ଷ ବର୍ଷ ଧରି ଵେଆଇନ ଵାଲି ଚାଲାଣ ହେଉଛି।ପ୍ରଶାସନ ପକ୍ଷରୁ ଜଗନ୍ନାଥ ପ୍ରସାଦ ଓ ମଣୀନାଥପୁର ଦୁଇ ଗୋଟି ଵୃହତ ବାଲି ସୈରାତକୁ ନିଲାମ ଦିଆଯାଇଥିଲେ ସୁଦ୍ଧା ଵେଆଇନ ଚାଲାଣ କିନ୍ତୁ ବନ୍ଦ ହେଉନାହିଁ।ମାଫିଆମାନେ ନିଲାମ ସୈରାତକୁ ଛାଡି ନଦୀର ଅନ୍ୟ ସ୍ଥାନରୁ ଵେଆଇନ ଭାବେ ଵାଲି ଉତୋଳନ କରି ଚାଲାଣ କରୁଛନ୍ତି।ଏହାକୁ ରୋକିବା ପାଇଁ ଆଜି ତହସିଲଦାର ସରୋଜ କାନ୍ତ ନାୟକ ଵିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ଚଢାଉ ଵେଳେ ଛତାଵର ନିକଟରୁ ଗୋଟିଏ ଵେଆନ ବାଲି ଟ୍ରକକୁ ଜବତ କରାଯାଇଛି।ଏହାଛଡା କୁମ୍ଭାରିଆ ଠାରୁ ମଧ୍ୟ ଏକ ଟ୍ରାକ୍ଟର ଜବତ ହୋଇଛି।ତହସିଲ ପକ୍ଷରୁ ଚଢାଉ ହେଉଥିବା ଖବର ପାଇ କିଛି ଗାଡି ମଧ୍ୟ ଖସିଯିବାକୁ ସକ୍ଷମ ହୋଇଥିଲେ।ଜବତ ଗାଡି ଦୁଇଟିରୁ ଜୋରିମାନା ଵାଵଦରେ ୩୫୧୩୬ଟଙ୍କା ଆଦାୟ ହୋଇଥିବା ଜଣାପଡିଛି।ଅନୁରୂପ ଭାବେ ମଞ୍ଜୁରୀରୋଡ଼,ଵନ୍ଦାଳୋ-ମଢିଆଳୀ, ଝୁଟଣା ପ୍ରମୁଖ ଅଂଚଳରେ ଦିନକୁ ଦିନ ଚୋରା ବାଲି ଚାଲାଣ ବୃଦ୍ଧି ପାଉଥିବା ଯୋଗୁଁ ଏହା ଉପରେ ପୋଲିସ ଓ ରାଜସ୍ବ ବିଭାଗ ଦୃଷ୍ଟି ଦେବାକୁ ଵୃଦ୍ଧୀଜିଵୀ ମହଲରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ