ଖବର ପ୍ରକାଶ ପରେ ବାଲିବରେଇରେ ଚାଉଳ ବଣ୍ଟନ ହେଲା

ହାଟଡ଼ିହି, (ବିକାଶ ବିଶ୍ୱାଳ):ବାଲିବରେଇ ପଞ୍ଚାୟତର ୪ଟି ୱାର୍ଡର ଲୋକମାନେ ଅକ୍ଟୋବର ମାସର ଚାଉଳ ପାଇନଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ପ୍ରଶାସନ ପକ୍ଷରୁ ତ୍ପରତା ଦେଖାଯାଇ ଆଜି ଯୋଗାଣ ଅଧିକାରୀ ଦିଲ୍ଲିପ କୁମାର ସାହୁ ଙ୍କ ଉପସ୍ଥିତିରେ ଚାଉଳ ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ଗୋଟିଏ ୱାର୍ଡର ଲୋକଙ୍କୁ ଡକାଯାଇ ଚାଉଳ ବଣ୍ଟନ କରାଯାଇଥିବାବେଳେ ଆସନ୍ତାକାଲି ଠାରୁ ନିୟମିତ ଭାବେ ଗୋଟିଏ ଗୋଟିଏ ୱାର୍ଡର ଚାଉଳ ବଣ୍ଟନ କରାଯିବ ବୋଲି ଯୋଗାଣ ଅଧିକାରୀ ସୁଚନା ଦେଇଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ବାଲିବରେଇ ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନା ହରିଳୁଟ ଘଟଣାରେ ହାଟଡିହି ବିଡିଓ ଏହି ପଞ୍ଚାୟତର ପୁର୍ବତନ ସରପଞ୍ଚ ପ୍ରତିଭା ନାୟକ, ପ୍ରାକ୍ତନ ପିଇଓ ନରହରି ନାୟକ ଏବଂ ବର୍ତ୍ତମାନର ଜିଆରଏସ ପୁର୍ଣ୍ଣେନ୍ଦୁ ଥାଟୋଇଙ୍କ ନାମରେ ଥାନାରେ ଏଫଆଇଆର ଦେବା ଓ ପରେ ପରେ ପୁର୍ବତନ ପିଇଓ ନରହରି ନାୟକ ଗିରଫ ହେବାପରେ ପଞ୍ଚାୟତରେ ଅଚଳାବସ୍ଥା ଦେଖା ଦେଇଥିଲା । ବର୍ତ୍ତମାନର ସରପଞ୍ଚ କେତେବେଳେ କିପରି ଆସି ତାଙ୍କ କାର୍ଯ୍ୟାଳୟ ଖୋଲୁଥିବାବେଳେ ପିଇଓ ଏବଂ ଜିଆରଏସଙ୍କ ଅନୁପସ୍ଥିତି ଯୋଗୁଁ କୌଣସି କାର୍ଯ୍ୟ ହୋଇପାରୁ ନାହିଁ । ସୋସୋ ପୁଲିସ ପଞ୍ଚାୟତ କାର୍ଯ୍ୟାଳୟକୁ ତଦନ୍ତ ପାଇଁ ଯାଇଥିବାବେଳେ ଅଫିସର କିଛି ପାଇପାରି ନଥିଲା । ଉକ୍ତ ପଞ୍ଚାୟତର ଜିଆରଏସ ଫେରାର ଥିବାବେଳେ ବର୍ତ୍ତମାନର ପିଇଓ ଭୟରେ ଆଉ କାର୍ଯ୍ୟାଳୟକୁ ନଆସି ସେ ମଧ୍ୟ ଜାମିନି ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି । କାର୍ଯ୍ୟାଳୟରେ ଏକ ପ୍ରକାର ଅଚଳାବସ୍ଥା ଦେଖା ଦେବାରୁ ଗତ ଅକ୍ଟୋବର ମାସର ଚାଉଳ ବଣ୍ଟନ ହେଉଥିବାବେଳେ ୪ଟି ୱାର୍ଡର ଲୋକମାନେ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି । ପଞ୍ଚାୟତର ୧ନଂ, ୨ନଂ, ୫ନଂ, ଓ ୬ନଂ ୱାର୍ଡର ହିତାଧିକାରୀମାନେ ଅକକ୍ଟୋବର ମାସର ଚାଉଳ ପାଇପାରି ନଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ