ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ଆର୍ଥିକ ସାକ୍ଷରତା ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା):ସଞ୍ଚୟ ପକ୍ଷ ପାଳନ ଅବସରରେ ଜିଲା ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ଆର୍ଥିକ ସାକ୍ଷରତା ଶିବିର ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲା ସ୍ୱଳ୍ପ ସଞ୍ଚୟ ଅଧିକାରିଣୀ ପ୍ରଜ୍ଞା ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ମୁଖ୍ୟତିଥି ଭାବେ ଯୋଗଦେଇ ସ୍ୱଳ୍ପ ସଞ୍ଚୟର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ । ଆର୍ଥିକ ଦୁର୍ବଳ ପରିବାର ତଥା ବ୍ୟକ୍ତି ବିଶେଷମାନେ ନିଜସ୍ୱ ଆୟରୁ ସ୍ୱଳ୍ପ ସଞ୍ଚୟ କରିବା ସହ ଭିବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ତେବେ ଅନାମଧେୟ ଚିଟଫଣ୍ଡ ସଂସ୍ଥାର ଠକାମୀରେ ଶିକାର ନ ହୋଇ ଡାକଘର କିମ୍ବା ସେହିଭଳି ସରକାରୀ ସଂସ୍ଥାରେ ଅର୍ଥ ଜମା ରଖିବାକୁ ଶ୍ରୀ ମହାପାତ୍ର କହିଥିଲେ । ସହକାରୀ ଡାକ ଅଧୀକ୍ଷକ ଶିବପ୍ରାସଦ ବେହେରା ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱଳ୍ପ ଜମା ସମ୍ପର୍କିତ ବିଭିନ୍ନ ଯୋଜନା ବାବଦରେ ସୂଚନା ଦେଇଥିଲେ । ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ବରିଷ୍ଠ ପରିଚାଳକ ବିରଞ୍ଚିନାରାୟଣ ସାମଲ, ଆର୍ଥିକ ସ୍ୱାକ୍ଷରତା ପରାମର୍ଶଦାତା ଯଜେ୍ଞଶ୍ୱର ପ୍ରଧାନ ପ୍ରମୁଖ ଏଥିରେ ଯୋଗଦେଇ ଜୀବନ ବୀମା ଯୋଜନା, ଅଟଳ ପେନସନ ଯୋଜନା, କ୍ୟାସଲେସ କାରବାର ଓ ସାଇବର ଠକେଇ ପ୍ରଭୃତି ବିଷୟ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ଉପଖଣ୍ଡ ସ୍ୱଳ୍ପ ସଞ୍ଚୟ ଅଧିକାରିଣୀ ଶୁଭଶ୍ରୀ ମାନ୍ନା, ଓ ବରିଷ୍ଠ ରାସ୍ୱ ସହାୟିକା ସ୍ୱର୍ଣ୍ଣପ୍ରିୟା ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ, ସୁପରଭାଇଜର, ଓ ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ