ଛତ୍ରପୁର ଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକଅଦାଲତ ଅନୁ୍‌ଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୈାରଜଜ୍ ମନୋରଂଜନ ଦାଶ, ସବଜଜ୍ ମାନସ ରଂଜନ ରାୟ, ଏସଡିଜେଏମ ସୈାମ୍ୟା ପ୍ରଧାନ ଓ ଜେଏମଏଫସି ଜୁଏଲ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସମୁଦାୟ ୭୨ଟି ମାମଲା ର ଫଇସଲା କରିଛନ୍ତି । ଏହି ବାବଦରେ ୨୦ଲକ୍ଷ ୨୩ହଜାର ୭୨୧ଟଙ୍କା ଆଦାୟ କରାଯାଇଛି । ସରକାରୀ ଓକିଲ ଡମିନାଥ ସାହୁ, ପ୍ରଦୀପ କୁମାର ପାତ୍ର, ଗୋକୁଳ ଚନ୍ଦ୍ର ପଣ୍ଡା, ପ୍ରଦୀପ କୁମାର ପାଢି, ଚୈତନ୍ୟ ପ୍ରଧାନ, ନିତ୍ୟାନନ୍ଦ ମୁଦୁଲି, ନୀରାକାର ମାଳି, ଦେବୀ,କୃଷ୍ଣ ଚନ୍ଦ୍ର ସାହୁ(ଏ), କୃଷ୍ଣ ଚନ୍ଦ୍ର ସାହୁ(ବି), ସୁରଜିତ ସାମନ୍ତରାୟଙ୍କ ସମେତ ବହୁ ଆଇନଜିବୀ ମାନେ ମାମଲା ଗୁଡିକ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ