ସରକାରୀ ଜାଗାରୁ ଶାଗୁଆନ ଗଛ କଟା ଅଭିଯୋଗ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ନେରଡ଼ା ପଞ୍ଚାୟତ ଆଖୁଆପଦା ରାଜସ୍ୱ ଗ୍ରାମ ଅଞ୍ଚଳରୁ ଶାଗୁଆନ ଗଛ କଟା ହୋଇଥିବା ଅଭିଯୋଗ ହୋଇଛି। ଗ୍ରାମ ସଂଲଗ୍ନ ବୈତରଣୀ ବନ୍ଧ ପାର୍ଶ୍ୱ ଗୋଧି ଠାରୁ ଗତ ଦୁଇ ଦିନ ହେବ ଜନୈକ ଦୁର୍ବୁତ୍ତ ଗଛ କାଟିଥିବା ଜଣାଯାଇଛି। ଉକ୍ତ ସରକାରୀ ସ୍ଥାନରେ ଅନ୍ୟାନ୍ୟ ବୃକ୍ଷ ସହିତ ଉଚ୍ଚ ମୁଲ୍ୟଯୁକ୍ତ ଶାଗୁଆନ ଗଛ ଅନେକ ବର୍ଷ ହେବ ରହିଥିଲା। ସ୍ଥାନୀୟ ଅଞ୍ଚଳର ଜନୈକ ବିଶୃଙ୍ଖଳିତ ବ୍ୟକ୍ତି ଗୋଟିଏ ଶାଗୁଆନ ଗଛକୁ କାଟି ନେଇଥିବା ବେଳେ ଅନ୍ୟ ଏକ ଗଛକୁ ଅଧା କାଟି ଥିବା ଆଜି ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଗଛଟିର ଶାଖା ପ୍ରଶାଖା କଟାଯାଇଥିବା ବେଳେ ରାତିବେଳେ ସମ୍ପୂର୍ଣ୍ଣ ଗଛକୁ କାଟିବାକୁ ଯୋଜନା ହେଉଥିବା ଜଣାପଡିଛି। ଏନେଇ ଗ୍ରାମବାସୀ ରାଜସ୍ୱ ନିରୀକ୍ଷକ ଓ ଫରେଷ୍ଟରକୁ ଜଣାଇବା ସହ ଗଛ କାଟିଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ