ନାବାଳିକା ଦୁଷ୍କର୍ମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆମ ରାଜ୍ୟରେ ଦୁଷ୍କର୍ମ ଭଳି କାଦର୍ଯ୍ୟ କୁସ୍ଚିତ କାର୍ଯ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି. ଏହାର ସଚେତନତା ଓ ଶିକ୍ଷା ଅଭାବ ଯୋଗୁଁ ଏଭଳି ହେଉଥିବା ଅନେକଙ୍କ ମତ ରହିଛି. ହେଲେ କେତେଦିନ ଏପରି ନିରୀହ ଶିଶୁ, ନାବାଳିକାମାନେ କବଳିତ ହୋଇ ଚାଲୁଥିବ. ଏପରି ଏକ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି. ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ପଞ୍ଚାୟତ ଅଧିକ ଏକ ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ୯ମ ଶ୍ରେଣୀ ନାବାଳିକା ଛାତ୍ରୀ ଗର୍ଭବତୀ ହୋଇଥିବା ସୂଚନା ସାମ୍ନାକୁ ଆସିଛି. ଏହି ଘଟଣାକୁ ପୀଡିତାଙ୍କ ପରିବାର ଲୋକେ ଘର ନିକଟରେ ରହୁଥିବା ଜଣେ ଜନ ପ୍ରତିନିଧିଙ୍କ ସ୍ୱାମୀଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି.ସୂଚନା ଅନୁସାରେ ପୀଡିତାଙ୍କ ପରିବାର ଲୋକେ ପ୍ରାୟ ସମସ୍ତେ ବାହାରେ କାମ କରୁଥିବାରୁ ସେ ଘରେ ଅଧିକାଂଶ ସମୟ ଏକାକୀ ରହୁଥିଲେ. ଏହାର ସୁଯୋଗ ନେଇ ଜନ ପ୍ରତିନିଧିଙ୍କ ସ୍ୱାମୀ ପ୍ରଲୋଭନ ଦେଖାଇ ନାବାଳିକା ସହ ଶାରୀରିକ ସମ୍ପର୍କ ରଖିଥିଲେ. ଯାହା ଫଳରେ ପରବର୍ତ୍ତି ସମୟରେ କିଛି ମାସ ପରେ ନାବାଳିକା ଜଣକ ଗର୍ଭବତୀ ଥିବା ଘଟଣା ସାମ୍ନାକୁ ଆସିଲା. ଏହି ଘଟଣା ସମ୍ପର୍କରେ ଅଭିଯୁକ୍ତ ଜାଣିବା ପରେ ନାବାଳିକାଙ୍କୁ ଧମକଚମକ ଦେଇ ଏ ବିଷୟରେ ପରିବାରଲୋକଙ୍କୁ ନ କହିବାକୁ ତାଗିଦ କରିଥିଲେ. ଯାହା ଫଳରେ ପୀଡିତା ଜଣଙ୍କ ବହୁତ ଡରି ଯାଇଥିଲେ. ଦିନେ ନାବାଳିକାଙ୍କ ବଡ଼ ଭଉଣୀ ନିଜ ସମ୍ପର୍କୟଙ୍କ ଘରୁ ବଲାଙ୍ଗୀରରୁ ଫେରିବା ପରେ ଘଟଣା ସମ୍ପର୍କରେ ସବୁ କହିଥିଲେ. ପରେ ପରେ ପରିବାର ଲୋକେ ସବୁ ଜାଣିବା ପରେ ଏନେଇ ସମ୍ପୃକ୍ତ ଜନ ପ୍ରତିନିଧି ସ୍ୱାମୀଙ୍କ ନାମରେ ଅଡବା ଥାନାରେ ଲିଖିତ ଅଭିଯୋଗ କରିଥିଲେ. ପରେ ନାବାଳିକାକୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମଇନା କରାଯାଇଛି. ଡାକ୍ତରଙ୍କୁ କହିବା ଅନୁସାରେ ନାବାଳିକା ୫/୬ ମାସ ଗର୍ଭବତୀ ଥିବା ଜଣା ପଡିଛି. ପରେ ଚାଇ୍ଲଡଲାଇନ ଶିଶୁକୁ ଉଦ୍ଧାର କରିବା ସହ ଜିଲ୍ଲା ଶିଶୁ ସୁରକ୍ଷା ଅଧୀନକୁ ପଠାଯାଇଛି. ଏ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଫେରାର ଥିବା ଥାନା ଅଧିକାରୀ କହିଛନ୍ତି.


