ରାଷ୍ଟ୍ରୀୟ ଲୋକ ଅଦାଲତ ରେ ୮୯ ମାମଲା ବିଚାରଣ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ସ୍ଥାନୀୟ କୋର୍ଟ ପରିସରରେ ଶନିବାର ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ତାଲୁକା ସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦେବଦତ୍ତ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୮୯ ଗୋଟି ମାମଲାର ବିଚାର କରି ରାୟ ଶୁଣାଣି କରାଯାଇଥିଲା। ମାମଲା ଗୁଡିକରେ ୧କୋଟି ୧୨ ଲକ୍ଷ ୨୦ହଜାର ୪୮୧ ଟଙ୍କା ପ୍ରଦାନ କରିବା ନେଇ ରାୟ ଶୁଣାଇଥିଲେ। ବରିଷ୍ଠ ଦେୱାନୀ ଜଜ୍ ସୋମଲିନା ମିଶ୍ର, ଏସ୍ଡ଼ିଜେଏମ୍ ଅମିତ୍ କୁମାର, ଜେଏମ୍ଏସ୍ସି ସଂନ୍ଧ୍ୟା ସୁଚରିତା ବିଭିନ୍ନ ମାମଲାର ବିଚାର କରି ରାୟ ଶୁଣାଣୀ କରିଥିଲେ। ତାଲୁକା ଆଇନା ସେବା ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକଙ୍କ ସମେତ ଡ଼.ପୁର୍ଣଚନ୍ଦ୍ର ତ୍ରିପାଠୀ,ରମେଶ ଚନ୍ଦ୍ର ପଣ୍ଡା, ଓକିଲ ସଂଘର ସଭାପତି ସନ୍ତୋଷ ନାୟକ,ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ସନ୍ତୋଷ କୁମାର ତିଆଡ଼ି, ବଂଶୀଧର ପ୍ରଧାନ, ସୁଧୀର ରଞ୍ଜନ ମହାପାତ୍ର, ଦେବୀ ପ୍ରସାଦ, ସମୀର ନାୟକ,ଅରୁଣ କୁମାର ପାଢୀ,ପ୍ରକାଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ମାମଲା ପରିଚାଳନା କରିଥିଲେ। କୋର୍ଟ କର୍ମଚାରୀ ଅଙ୍କନ ପ୍ରଧାନ,ସୁନୀଲ ମୁଦୁଲି, ଭଗବାନ ପାତ୍ର, ଶଙ୍କର ମହାନ୍ତି, ମିଥୁନ ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ