ଶିଶୁ ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଆଜି ହେଉଛି ପବିତ୍ର ଶିଶୁ ଦିବସ । ଛତ୍ରପୁର ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଶିଶୁ ଦିବସ ବେଶ୍ ଧୁମଧାମ ସହକାରେ ଏହି ଦିବସକୁ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ ସ୍କୁଲ ପକ୍ଷରୁ ଶିଶୁ ଦିବସ ନିଆରା ଢଙ୍ଗରେ ପାଳନ କରାଯାଇଛି । ନାଚି ଗାଇ ଓ କେକ କାଟି ଧୁମଧାମରେ ଛାତ୍ରଛାତ୍ରୀ ମାନେ ଆଜିର ଦିବସକୁ ଖୁସିର ସହିତ ପାଳନ କରିଥିବା ଦେଖିବାକୁ ମିଳିଛି । ଖାଲି ଛାତ୍ରଛାତ୍ରୀ ନୁହେଁ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ନାଚି ଗାଇ ଏହି ଦିବସକୁ ବେଶ ଧୁମଧାମ ସହକାରେ ପାଳନ କରିଛନ୍ତି । ସ୍କୁଲର ମୁଖ୍ୟ ପୃଷ୍ଠପୋଷକ ସସ୍ମିତା ମହାପାତ୍ର ଓ ପ୍ରିନ୍ସପାଲ ପ୍ରମୋଦ କୁମାର ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁର୍ବରୁ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ