ମଦ୍ରାସା ଇସଲାମିଆ ଅରବିୟରେ ଶିଶୁ ଦିବସ ଓ ପୁରସ୍କାର ବିତରଣ ଉତ୍ସବ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର ଦିଲାରପୁରସ୍ଥିତ ମଦ୍ରସା ଇସଲାମିଆ ଅରବିୟରେ ଶିଶୁ ଦିବସ ଓ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି । ଜନାବ ସେକ ଗୋଫ୍ରାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ନଗରପାଳ ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ମଦ୍ରସାର ପ୍ରଧାନ ମୈାଲବୀ ସୟଦ ଅକ୍ତର ଅଲ୍ଲୀ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ରଖିଥିଲେ । ଅନ୍ୟତମ ଅତିଥି ଭାବେ ପୈାର ଉପାଧ୍ୟକ୍ଷା ଆକବରୀ ଖାତୁନ, ୧୫ନମ୍ବର ୱାର୍ଡର କାଉନସିଲର ହବିବା ବିବି, ସି.ଆର.ସି.ସି. ଦେବାଶିଷ ସାହୁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନେ ଅଧ୍ୟୟନରେ ମନୋନିବେଷ କରି ଭବିଷ୍ୟତରେ ଜଣେ ଜଣେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ ସାହୁ ମଦ୍ରାସାର ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୈାଲାନା ଖୁର୍ସିଦ୍ଦ ଅନୱାର, ମୈାଲାନା ମୁଶରଫ ବସ୍କ, ମୈାଲାନା କମାଲୁଦ୍ଦିନ, ମୈାଲାନା ମୋଜିବ ଅଶରଫ, ମୈାଲାନା ମିରତବରେଜ, ମୈାଲାନା ମହମ୍ମଦ ଫୁରକାନ ଆଲମ, ସୟଦା ସୁହିଲ ଅଖକ୍ତର, ମହମ୍ମଦ ଅବଦୁସ ସଲାମ, ମହମ୍ମଦ ରିଜୱାନୁର ରହେମାନ, ନସିମ ଖାଁ, ସେକ ଦିୱାନ, ସେକ ଅବଦୁଲ ମକସୁଦ, ମଦ୍ରାସାର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ । ବଗଡା ସମବାୟ ସମିତିରେ ବ୍ୟାପକ ଦୁର୍ନୀତି ଓ ସମ୍ପାଦକଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ସହକାରୀ