କଳାମୁଖା ପିନ୍ଧି ଚାରିଜଣ ଦୁର୍ବୃତ୍ତ ବିଜେଡି କର୍ମୀ କୁ ବିଚ୍ ରାସ୍ତାରେ ହାଣିଲେ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ କଙ୍କୋରଡା ପଞ୍ଚାୟତ ଗମ୍ଭାରୀଗୁଡା ଗ୍ରାମର ଜଣେ ବିଜେଡି କର୍ମୀ ଙ୍କୁ ଚାରିଜଣ ଦୁର୍ବୃତ୍ତ କଳା ମୁଖା ପିନ୍ଧି ବିଚ୍ ରାସ୍ତାରେ ଜଗି ହାଣିଥିବା ଜଣାପଡ଼ିଛି l ବିଜେଡି କର୍ମୀ ଜଣଙ୍କ ହେଉଛନ୍ତି ଗମ୍ଭାରୀଗୁଡା ଗ୍ରାମର ନୀଳାଞ୍ଚଳ ପଣ୍ଡା(୫୦) l ସୂଚନା ପ୍ରକାରେ ନୀଳାଞ୍ଚଳ ପଣ୍ଡା ବିଜେଡି ଦଳରେ ରହିଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ବ୍ଲକ ର କାଯ୍ୟ ସାରି ମୋଟର ସାଇକେଲ ରେ ଘରକୁ ଫେରୁଥିବା ବେଳେ କଙ୍କୋରଡା ଶିବ ମନ୍ଦିର ନିକଟରେ ବିପରୀତ ଦିଗରୁ ଗୋଟାଏ ମୋଟର ସାଇକେଲ ରେ ୪ ଜଣ ଯୁବକ କଳାମୁଖା ପିନ୍ଧି ଖଣ୍ଡା, ଲୁହା ରଡ଼ ରେ ଆକ୍ରମଣ କରିଥିଲେl ନୀଳାଞ୍ଚଳ ର ଶରୀରର ବିଭିନ୍ନ ଯାଗାରେ ଆଘାତ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡି ଚିତ୍କାର କରିବାରୁ ଦୁର୍ବୁର୍ତ୍ତ ମାନେ ଘଟଣା ସ୍ଥଳ ଛାଡି ଚାଲିଗଲେ l ସ୍ଥାନୀୟ ଲୋକଙ୍କ ସହାୟତାରେ ନିଳାଞ୍ଚଳ ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ହୋଇ ପାଟପୁର ଥାନାରେ ଅଭିଯୋଗ ଦେଇଥିବା ସୂଚନା ମିଳିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ