ଜେଏସ୍‌ଡବ୍ଲ୍ୟ ର ଜନଶୁଣାଣୀ ସଫଳ

ଯୋଡ଼ା, (ସମୀର କୁମାର ଦାସ):ନୂଆଗାଁ ଲୁହାପଥର ଖଣିର କ୍ଷମତା ସଂପ୍ରସାରଣ ନିମନ୍ତେ ପରିବେଶ ମଞ୍ଜୁରୀ ପାଇଁ ଆୟୋଜିତ ଜନଶୁଣାଣୀ କାର୍ଯ୍ୟକ୍ରମରେ ନୂଆଗାଁ ଖଣିର ନିକଟବର୍ତ୍ତୀ ଗାଁ ଗୁଡିକର ଗ୍ରାମବାସୀମାନେ ସର୍ବସମ୍ମତିକ୍ରମେ ଜେଏସ୍‌ଡବ୍ଲ୍ୟ ଷ୍ଟିଲ୍‌କୁ ସମର୍ଥନ କରିଛନ୍ତି । ଜେଏସ୍‌ଡବ୍ଲ୍ୟ ଷ୍ଟିଲ୍ ଏହାର ଲୁହାପଥର ଖଣିର ବାର୍ଷିକ ଉତ୍ପାଦନ କ୍ଷମତା ୨୦ ମିଲିଅନ୍ ଟନ୍‌କୁ ସମ୍ପ୍ରସାରଣ କରିବା ନିମନ୍ତେ ପରିବେଶ ମଞ୍ଜୁରୀ ପାଇଁ ମୂଲ୍ୟାଙ୍କନ କରିବାକୁ ପ୍ରସ୍ତାବ ଦେଇଥିବାବେଳେ ଏଥିରେ ସ୍କ୍ରିନିଂ, ୪୫୦୦ ଟିପିଏଚ୍ ସିପିୟୁ କ୍ରସିଙ୍ଗ୍ ଓ ୩୦ ଏମ୍‌ଟିପିଏ ଗ୍ରାଇଡିଂ ଓ ପ୍ଲାଟଂର ଲାଭାଶଂ ମିଶାଇ ମୋଟ ଉତ୍ପାଦନର ପରିମାଣ ୨୨.୦୧୩ ଏମ୍‌ଟିପି ହେବ । ଏହା ବ୍ୟତୀତ ଏମ୍‌ଏଏଲ ଅଂଚଳରେ ୭୭୬.୯୬୯ (ଡିଜିପିଏସ୍ ଅନୁସାରେ)/୭୬୭.୨୮୪ ହେକ୍ଟର (ଆରଓଆର୍ ଅନୁସାରେ) ୩୦ ଏମ୍‌ଟିପିଏ ସ୍ଲରି ପରିବହନ ନିମନ୍ତେ ପ୍ରସ୍ତାବ ପ୍ରଦାନ କରାଯାଇଛି । ନୂଆଗାଁ, ବାରପଡା, ଗାନ୍ଧଲପଡା, ଗୁଆଳି, କଟାଶୀ, ପାରେଡିପୋସି, କୋହଲାରୁଡୁକେଲା, ପାଣ୍ଡୁଲିପୋସି, ଟୋପାଡିହି ଭଳି ସ୍ଥାନୀୟ ଗାଁର ବାସିନ୍ଦାମାନେ ଜେଏସ୍‌ଡବ୍ଲ୍ୟ ଷ୍ଟିଲ୍‌ର ସମ୍ପ୍ରସାରଣ ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ଏହି ଜନଶୁଣାଣୀ କାର୍ଯ୍ୟକ୍ରମକୁ କେନ୍ଦୁଝର ଜିଲ୍ଲାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ସୁସାମା ବିଲୁଙ୍ଗ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଚଂଳିକ ଅଧିକାରୀ ପ୍ରଶାନ୍ତ କର ପରିଚାଳନା କରିଥିଲେ । ଜନଶୁଣାଣୀ ସମୟରେ ଆଖପାଖ ଗାଁର ପ୍ରାୟ ୧୧୩ ଜଣ ଗ୍ରାମବାସୀ ଆଲୋଚନାରେ ସାମିଲ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଜେଏସ୍‌ଡବ୍ଲ୍ୟ ଷ୍ଟିଲ୍ ପ୍ରକଳ୍ପକୁ ସମର୍ଥନ କରିଥିଲେ । ଜନଶୁଣାଣୀରେ ୨୦୦ ରୁ ଅଧିକ ଗ୍ରାମବାସୀ ଅଂଶଗ୍ରହଣ କରିଥ୍‌ôଲେ ଏବଂ ସ୍ଥାନୀୟ ଅଂଚଳର ଜୀବିକା ପ୍ରୋତ୍ସାହନ ଏବଂ ଏହି ସିଏସ୍‌ଆର କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ରାଜ୍ୟ ସରକାର ଏହି ସ୍ଥାନରୁ ୬୦ଟି ଲିଖିତ ଇଚ୍ଛାପତ୍ର ଗ୍ରହଣ କରିଥିଲେ । ଆଗାମୀ ଦିନରେ ପ୍ରଭାବିତ ଅଚଂଳର ସମସ୍ୟାର ସମାଧାନ ପାଇଁ ଜେଏସଡବ୍ଲୁ ଅଧିକାରୀମାନେ ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପରିବେଶବିତ୍ ଶ୍ରୀ ନିଳାଦ୍ରୀ ମିଶ୍ର ଓ ଏସପିସିବି ଆଚଂଳିକ ଅଧିକାରୀ ପ୍ରଶାନ୍ତ କର କମ୍ପାନୀ ପକ୍ଷରୁ ଭବିଷ୍ୟତ ଯୋଜନାଗୁଡିକରେ ମଧ୍ୟ ପରିବେଶ ସୁରକ୍ଷା ପ୍ରତି ଗୁରୁତ୍ୱାରୋପ ନିମନ୍ତେ ମତ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନେକ ବୁଦ୍ଧିଜୀବୀ ଏବଂ ଜେଏସଡବ୍ଲ୍ୟୁୁ ଷ୍ଟିଲ୍‌ର ଅଧିକାରୀମାନେ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ