ପତିତପାବନ ବିଦ୍ୟାଳୟ ରେ ଶିଶୁ ମହୋତ୍ସବ ଅନୁଷ୍ଠିତ

ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):ତିର୍ତ୍ତୋଲ ଶିକ୍ଷା ମଣ୍ଡଳ ଅଧୀନ ଆମ୍ବେରୀ ପଞ୍ଚାୟତ ସ୍ଥିତ ପତିତପାବନ ବିଦ୍ୟାଳୟ ସମୂହ ମିଳିତ ଆନୁକୂଲ୍ୟରେ ଶିଶୁ ମହୋତ୍ସବ-୨୨ ଅନୁଷ୍ଠିତ ହୋଇଯାଇଅଛି | ନନ୍ଦକିଶୋର ନୋଡାଲ ଉ.ପ୍ରା. ବିଦ୍ୟାଳୟ କ୍ଲଷ୍ଟର ସ୍ତରୀୟ ‘ଶିଶୁ ମହୋତ୍ସବ ପତିତପାବନ ବିଦ୍ୟାଳୟ ସମୂହ, ଆମ୍ବେରୀ ଗ୍ରା. ପ. ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଆନନ୍ଦ ମୁଖରିତ ଉତ୍ସବରେ ୧୦ଟି ବିଦ୍ୟାଳୟର ପ୍ରତିଯୋଗୀଗଣ ଓଡ଼ିଆ ବକ୍ତୃତା, ଓଡ଼ିଆ ପ୍ରବନ୍ଧ ଲିଖନ, ସଂଗୀତ, ରଙ୍ଗୋଲି (ମୁରୁଜ) ଓ ସମବେତ ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଶିଶୁ ମହୋତ୍ସବ ପାଳନର ଉଦଘାଟନ ପର୍ବରେ ପତିତପାବନ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ କୁମାର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ, ସମୟାନୁବର୍ତ୍ତି ସହ ସ୍ବାସ୍ଥ୍ୟବାନ ହେଲେ ଦେଶ ସୁଦୃଢ ତଥା ସମୃଦ୍ଧ ହୋଇପାରି ପାରିବ ବୋଲି ମତପୋଷଣ କରିଥିଲେ।ଉଦଯାପନି କାର୍ଯ୍ୟକ୍ରମରେ ସି. ଆର୍.ସି.ସି ମହେନ୍ଦ୍ର କୁମାର ଆଚାର୍ଯ୍ୟ,ପୁରାତନ ଛାତ୍ର ସଂସଦର ସଭାପତି ମଳୟ କୁମାର ସାହୁ, ସମାଜସେବୀ ବିକ୍ରମ ମହାନ୍ତି, ଜିତେନ୍ଦ୍ର କୁମାର ସେନାପତି, ପ୍ରଧାନଶିକ୍ଷକ, ପତିତପାବନ ଉ. ପ୍ରା. ବିଦ୍ୟାଳୟ ସମ୍ମାନିତ ଅତିଥି ଭାବେରେ ଯୋଗ ଦେଇଥିଲେ। ୟୁକୋ ବ୍ୟାଙ୍କ, କୋଲର ଶାଖା ପରିଚାଳକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ସହକାରୀ ଶିକ୍ଷକ ବିଶ୍ବନାଥ ଷଡ଼ଙ୍ଗୀଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାକ୍ତନ ଛାତ୍ରଛାତ୍ରୀ ପ୍ରଦୀପ କୁମାର ମଲ୍ଲିକ, ମାନସ କୁମାର ସୁତାର, ପ୍ରଦୀପ କୁମାର ସେଠୀ, ଅଶୋକ କୁମାର ମଲ୍ଲିକ, ମୋନାଲିସା ସେଠୀ ଆଦି ଯୋଗଦେଇ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କୁ ଅନେକ ଉପାଦେୟ ମତପୋଷଣ କରିଥିଲେ। ପତିତପାବନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌରି ଶଙ୍କର ଗିରିଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଙ୍କ ସହ ଅନେକ ପୁରାତନ ଛାତ୍ରଛାତ୍ରୀ ସକ୍ରିୟ ଭାବରେ ଶିଶୁ ମହୋତ୍ସବରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ମାର୍ଗଦର୍ଶକ ଶିକ୍ଷକ ଶିକ୍ଷୟିତ୍ରୀ ଏତାଦୃଶ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ।ବିଦ୍ୟାଳୟ ଏସ୍ ଏମ୍ ସି ଚେୟାରମ୍ୟାନ ପ୍ରକାଶ ଚନ୍ଦ୍ର ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ