ଗଣତନ୍ତ୍ରର ସୁରକ୍ଷା ଦିଗରେ ସାମ୍ବାଦିକଙ୍କ ଭୂମିକା,ଗୁରୁତ୍ୱପୂର୍ଣ୍ଣ ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘର ଜାତୀୟ ପ୍ରେସ ଦିବସ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଣତନ୍ତ୍ରର ସୁରକ୍ଷା ଦିଗରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, ଏହାର କୌଣସି ବିକଳ୍ପ ନାହିଁ । ସାମ୍ବିଧାନିକ ପରିଚୟ ନଥିବା ସତ୍ତ୍ୱେ ସାମ୍ବାଦିକ ସମାଜର ପଥପ୍ରଦର୍ଶକ ହୋଇ ରହିଛି ବୋଲି ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଟାଉନ୍‌ହଲ୍ ଠାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଏନ୍‌.ଏ.ସି. ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଆର.ଟି.ଓ ଶୁଭେନ୍ଦୁ ଶେଖର ରାୟ, ତହସିଲଦାସର ଅଚ୍ୟୁତାନନ୍ଦ ଜାନି, ସିଡ଼ିପିଓ ବିଷ୍ଣୁପ୍ରିୟା ସେଠୀ, ପୂର୍ବତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ, କବି ପ୍ରଶାନ୍ତ ମହାନ୍ତି, ଅବସରପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗଣତନ୍ତ୍ରରେ ସାମ୍ବାଦିକମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ସଂଘର ସଭାପତି ପ୍ରଦୀପ କୁମାର ସ୍ୱାଇଁ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ସଦସ୍ୟ ବିଶ୍ୱମ୍ବର ଜେନା ମଂଚ ପରିଚାଳନା ଓ ସମ୍ପାଦକ ନଚିକେତା ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ । ପୂର୍ବତନ ସମ୍ପାଦକ ରବୀନ୍ଦ୍ର କୁମାର ଗୌଡ଼ ସମ୍ପାଦକ ବିବରଣୀ ପାଠ କରିବା ପରେ ସଂଘର ନୂତନ କର୍ମକର୍ତ୍ତା ସଭାପତି ପ୍ରଦୀପ କୁମାର ସ୍ୱାଇଁ, ଉପସଭାପତି ଅମେରେନ୍ଦ୍ର ପଟ୍ଟନାୟକ, ସମ୍ପାଦକ ନଚିକେତା ପ୍ରଧାନ, ସହ ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା, କୋଷାଧ୍ୟକ୍ଷ ଗିରିଶ ଚନ୍ଦ୍ର, ବ୍ଲକ ସଂଯୋଜକ ପୁରୁଷୋତ୍ତମ ହମାପାତ୍ର ଏବଂ ସମସ୍ତ ସଦସ୍ୟମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ପରେ ପରେ ବରିଷ୍ଠ ସାମ୍ବାଦିକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ରବୀନ୍ଦ୍ର କୁମାର ପାତ୍ର, ଲୋକନାଥ କର, ପ୍ରମୋଦ କୁମାର ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଇଥିଲା । ପୂର୍ବରୁ ‘ସମାଜରେ ସାମ୍ବାଦିକତାର ଆବଶ୍ୟକତା’ ସମ୍ପର୍କିତ ବକ୍ତୃତା ପ୍ରତିଯୋଗିତା ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟସ୍ତରରେ ଏବଂ ‘ଚତୁର୍ଥସ୍ତମ୍ଭ’ ସମ୍ପର୍କିତ ପ୍ରବନ୍ଧ ପ୍ରତିଯୋଗିତା ମହାବିଦ୍ୟାଳୟସ୍ତରରେ ଆୟୋଜିତ ହୋଇଥିଲା । ସମସ୍ତ ପ୍ରତିଯୋଗିତାରେ ଜର୍ଜ ଥିଲେ ସନ୍ତୋଷ ଜେନା, ଡ଼. ଗୁରୁମୂର୍ତ୍ତି ନାୟକ, ପ୍ରଭାତ ଆଚାର୍ଯ୍ୟ, ବିମ୍ବାଧର ଷଡ଼ଙ୍ଗୀ, ନାରାୟଣ ମହାରଣା, ଜଗଦିଶ ପାଣିଗ୍ରାହୀ । ସଭା ସମାପ୍ତି ପରେ ଦଳଗତ ଦେଶଭକ୍ତି ନୃତ୍ୟ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବା ସହିତ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ ପ୍ରଦାନ କରିଥିଲେ । ଚିନ୍ମୟ କୁମାର ବେବର୍ତ୍ତା, ଗିରିଶ ଚନ୍ଦ୍ର ସାହୁ, ନିଲୁ ବିଷୋୟୀ, ସୁଜିତ ବିଷୋୟୀ, ଅରକ୍ଷିତ ପରିଚ୍ଛା, ଉଦୟ ପଣ୍ଡା, ଧନଞ୍ଜୟ ପଟ୍ଟନାୟକ, ସମୀର ମହାପାତ୍ର, ସନ୍ତୋଷ ପ୍ରଧାନ, ରଞ୍ଜିତ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ