ଭୀଷ୍ମଗିରୀ ରେ ଅଖିଳ ଭାରତ ଛାତ୍ର ସଂଘର ନୂତନ ଶାଖା ଗଠନ 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ କଲେଜର  ଛାତ୍ରୀ ଛାତ୍ର ମାନଙ୍କୁ ନେଇ ଅଖିଳ ଭାରତ ଛାତ୍ର ସଂଘର ଏକ ନୂତନ ଶାଖା ଗଠନ କରାଯାଇଛି।ଯୁକ୍ତ ୩ ଶ୍ରେଣୀର ର ଛାତ୍ର ସୌମେନ୍ଦ୍ର ମହାଙ୍କୁଡଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ  ସଭାରେ  ଅଖିଳ ଭାରତ ଛାତ୍ର ସଙ୍ଘର ରାଜ୍ୟ ସଭାନେତ୍ରୀ ସୁଶ୍ରୀ ସଂଘମିତ୍ରା ଜେନା, ଅଖିଳ ଭାରତ ଛାତ୍ର ସଂଗଠନ ର ପୂର୍ବତନ ରାଜ୍ୟ ସମ୍ପାଦକ ଜୟନ୍ତ ଦାସ, ପୂର୍ବତନ ଛାତ୍ର ନେତା ଅଳକ ନାଥ ମିଶ୍ର ଓ ବରିଷ୍ଠ ବାମପନ୍ଥୀ ନେତା ବୃନ୍ଦାବନ ପଣ୍ଡା ଯୋଗଦେଇ ସାମ୍ପ୍ରତିକ ସାମାଜିକ ଓ ରାଜନୈତିକ ବ୍ୟବସ୍ଥା ଓ ନୂତନ ଶିକ୍ଷାନୀତି ୨୦୨୦ ନାମରେ ଯେଉଁ ଭଳି କର୍ପୋରେଟ କରଣ ଓ ସାମ୍ପ୍ରଦାୟିକ କରଣ କରିବାକୁ ପ୍ରୟାସ କରିଛନ୍ତି।ଶିକ୍ଷାକୁ ଅଧିକାର ବଦଳରେ ବ୍ୟବସାୟ କରଣ କରିଚାଲିଛନ୍ତି ସେଥିରୁ ମୁକୁଳିବା ପାଇଁ ସମଗ୍ର ଛାତ୍ର ସମାଜ ସଚେତନ ଓ ସଂଗଠିତ ହେବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ।ଉପସ୍ଥିତ ଛାତ୍ର ମାନେ ଅଧିକ ସଂଗଠିତ ହୋଇ କାର୍ଯ୍ୟ କରିବାକୁ ପ୍ରତିଜ୍ଞାବଦ୍ଧ ହୋଇ ଏକ ୫ ଜଣିଆ ଆବାହକ ମଣ୍ଡଳୀ ଗଠନ କରାଯାଇଥିଲା।ସେମାନେ ହେଲେ ସୌମେନ୍ଦ୍ର ମହାଙ୍କୁଡ ଆବାହକ, ଶ୍ରୀତମ କୁମାର ଗୌଡ଼ ଓ କାଳିଆ ବେହେରା ଉଭୟେ  ସହଯୋଗୀ ଆବାହକ ସାଙ୍ଗକୁ କେ. ବଳରାମ ପାତ୍ର ଓ ସଂଗ୍ରାମୀ ବିଷୋୟୀ ସଦସ୍ୟ ରୂପେ ନିର୍ବାଚିତ ହୋଇଛନ୍ତି।ସଂଗଠନର ଅଭିବୃଦ୍ଧି ସହିତ  ଆଗାମୀ ମାସରେ ଭିଷ୍ମଗିରି ଠାରେ ଏକ ପରିବର୍ଦ୍ଧିତ ସମ୍ମିଳନୀ ଅନୁଷ୍ଠିତ କରିବାକୁ ସ୍ଥିର ସଭାରେ ସ୍ଥିର କରାଯାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ