ମହାବିଦ୍ୟାଳୟ ମାନଙ୍କରେ ଘଟୁଥିବା ରାଗିଂ ଘଟଣା ଉପରେ ବିଜେପି ତରଫରୁ ତଥ୍ୟ ଅନୁଧ୍ୟାନ କାରୀ ଦଳ ଗଠିତ

ବ୍ରହ୍ମପୁର, (ଅନିଲ କୁମାର):ସଂପ୍ରତି ଲୋକଲୋଚନକୁ ଆସିଥିବା ବିନାୟକ ଆଚାର୍ଯ୍ୟ ଓ ଖଲ୍ଲିକୋଟ ମହାବିଦ୍ୟାଳୟରେ ରାଗିଂ, ଛାତ୍ରୀଙ୍କ ପ୍ରତି ଅସଦାଚରଣ ଓ ଯୌନ ନିର୍ଯ୍ୟାତନା ଘଟଣାକୁ ଭାରତୀୟ ଜନତା ପାର୍ଟି ତୀବ୍ର ନିନ୍ଦା କରିବା ସହିତ ମହାବିଦ୍ୟାଳୟ କ୍ୟାମ୍ପସର ଶୈକ୍ଷିକ ବାତାବରଣ, ପ୍ରଶାସନିକ ସ୍ଥାଣୁତା ଏବଂ ବିଜୁ ଜନତା ଦଳର ହୀନ ରାଜନୈତିକ ଅଭିସନ୍ଧି ଏଥି ପାଇଁ ଦାୟୀ । ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଏହି ଘଟଣା ସମ୍ବନ୍ଧରେ ଗଭୀର ଉଦବେଗ ପ୍ରକାଶ କରି ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନ କରାଇ ଯୁବକଙ୍କୁ ଛାତ୍ର ନେତାର ମାନ୍ୟତା ଦେଇ ବିଜୁ ଜନତା ଦଳ ସେମାନଙ୍କୁ ରାଜନୈତିକ ହାତବାରିସୀ ଭାବେ ବ୍ୟବହାର କରୁଛି । ଏହା ଭବିଷ୍ୟତ ପାଇଁ ମହାବିଦ୍ୟାଳୟ ଗୁଡ଼ିକରେ ଶୈକ୍ଷିକ ବାତାବରଣକୁ ନଷ୍ଟ କରିବ ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି । ଏଣୁ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏବଂ ଛାତ୍ରଛାତ୍ରୀଙ୍କୁ ଭୟମୁକ୍ତ କରିବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଯୁବ ଓ ମହିଳା ମୋର୍ଚ୍ଚାର ଏକ ତଥ୍ୟ ଅନୁଧ୍ୟାନ କାରୀ ସମିତି ଗଠନ କରାଯାଇଛି । ଏହି ସମିତି ଆସନ୍ତା କାଲି ସୋମବାର ଠାରୁ କ୍ୟାମ୍ପସ ସୁରକ୍ଷା ଓ କ୍ୟାମ୍ପସ ବଞ୍ଚାଅ ବାର୍ତ୍ତା ନେଇ ଜିଲ୍ଲାରେ ଥିବା ସମସ୍ତ ମହାବିଦ୍ୟାଳୟ ଗସ୍ତ କରି ସମ୍ପୁର୍ଣ୍ଣ ତଥ୍ୟ ସହ ଗଞ୍ଜାମ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବେ ବୋଲି ବିଜେପିର ବରିଷ୍ଠ ନେତା ତଥା ମିଡ଼ିଆ ପ୍ରଭାରୀ ସୁନିଲ କୁମାର ସାହୁ ଜଣାଇଛନ୍ତି । ଏହି ଅନୁଧ୍ୟାନ କାରୀ କମିଟିରେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ,ରାଜ୍ୟ ମହିଳାମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ଜିଲ୍ଲା ମହିଳାମୋର୍ଚ୍ଚା ନେତ୍ରୀ ରତ୍ନଗର୍ଭା ସରସ୍ୱତୀ ଦେବୀ,ଜିଲ୍ଲା ଯୁବ ନେତା ଶିବ ଶଙ୍କର ନାୟକ, ଶିବ ଶଙ୍କର ଶତପଥି,ମାତା ପ୍ରସାଦ ନାୟକ,ସୁରେଶ ରେଡ଼ୀ,ବର୍ଷା ବିଦ୍ୟୁସ୍ମିତା,କର୍ପୋରେଟର ବନିତା ସାହୁ, ଅନୁଜାନନ୍ଦ ବିଶ୍ୱାଳ,ସୋମନାଥ ପାତ୍ର,ସୁନିଲ କୁମାର ସାହୁ,ଟୁଟୁନ୍ ପାତ୍ର,ଜଗଦୀଶ ପ୍ରଧାନ ପ୍ରମୁଖ ଏହି ଅନୁଧ୍ୟାନ କମିଟିର ସଦସ୍ୟ ଅଛନ୍ତି ବୋଲି ମିଡ଼ିଆ ପ୍ରଭାରୀ ସୁନିଲ କୁମାର ସାହୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ