ୱାର୍ଡ ଲେବଲ କମିଟି ବୈଠକ ; ସଫେଇ କାର୍ଯ୍ୟକୁ ଗୁରୁତ୍ୱ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ୧୧ନଂ ୱାର୍ଡର ୱାର୍ଡ ଲେବଲ କମିଟି ବୈଠକ ସ୍ଥାନୀୟ ଗୈାରୀ ଶଙ୍କର କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମାକାନ୍ତ ନାୟକ ଯୋଗଦେଇ ଏହି ୱାର୍ଡ ଟି କିପରୀ ଏକ ଆଦର୍ଶ ୱାର୍ଡ ରେ ପରିଣତ ହେବ ସେଥି ନିମନ୍ତେ ସମସ୍ତେ ମିଳିମିଶି କାମ କରିବାକୁ ସେ ଉଚିତ ପରାମର୍ଶ ଦେଇଥିଲେ । ଏହି ବୈଠକରେ ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ, ସ୍ୱାଭିମାନ ସ୍ୱେଚ୍ଛାସେବୀ ସଂଗଠନର ସଭାପତି ପ୍ରଶାନ୍ତ କୁମାର ମହାରଣା, ଯୁବନେତା କେ.ଚନ୍ଦ୍ରଶେଖର ରେଡ୍ଡୀ, ପୂର୍ବତନ ଏନଏସି ଅଧ୍ୟକ୍ଷ ଡି.ରାମା ରାଓ, ଏସଏଚଜି ଗ୍ରୃଫର ବହୁ ମହିଳା ଏବଂ ସତ୍ୟବାଦୀନଗର, ଏକ୍ରାମନଗର, ଗିଲଟିପେଟା , ବ୍ୟାରେକ ଓ ନାନେୟାପେଟା ସାହି ର ବହୁ ଭଦ୍ରବ୍ୟକ୍ତି ମାନେ ଯୋଗଦେଇ ସଫେଇ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦେବା ସହ ଡ୍ରେନେଜ୍ , ରାସ୍ତା , ବିଦ୍ୟୁତ୍ ଏବଂ ବିଭିନ୍ନ ସମସ୍ୟା ଗୁଡିକ ସମ୍ପର୍କରେ ଉପସ୍ଥିତ ଥିବା ଅଧିକାରୀ ଏବଂ ଇଓ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗତ ବୈଠକରେ କଣ ସବୁ ଆଲୋଚନା ହୋଇଥିଲା ତାହା କେତେ କାର୍ଯ୍ୟକାରୀ ହୋଇଛି ଏବଂ ଏହି ବୈଠକରେ କଣ ସବୁ ଆଲୋଚନା ହେଲା ସେ ସମ୍ପର୍କରେ ଉପସ୍ଥିତ ଥିବା ଅଧିକାରୀ ମାନେ ଲୋକଙ୍କ ମତାମତ ଗୁଡିକ ପଚାରି ବୁଝିଥିଲେ ।