ଫେସ୍ବୁକ୍ରେ ବଢୁଛି ରାଜନୈତିକ ବିଜ୍ଞାପନ

(ଏଜେନ୍ସି)ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଆରମ୍ଭ ହେବା ସହିତ ଫେସ୍ବୁକ୍ରେ ସମ୍ବନ୍ଧିତ ବିଜ୍ଞାପନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଫେସ୍ବୁକ୍ରେ ବିଜ୍ଞାପନ ବ୍ୟୟ ବୃଦ୍ଧି ପାଇ ୮.୩୮କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିସାରିଛି । ଯେଉଁଥିରେ ବିଜେପି ଓ ଏହାର ସର୍ମଥକଙ୍କ ଅଂଶ ସର୍ବଧିକ ରହିଛି । ଏହି ତଥ୍ୟ ସୋସିଆଲ୍ ମିଡ଼ିଆ ପକ୍ଷରୁ ମିଳିଛି । ଫେସ୍ବୁକ୍ର ବିଜ୍ଞାପନ ଲାଇବ୍ରେରି ରିପୋର୍ଟ ଅନୁସାରେ ଫେବ୍ରୁଆରୀରୁ ନେଇ ମାର୍ଚ୍ଚ ୧୬ ସୁଦ୍ଧା ସମୁଦାୟ ରାଜନୈତିକ ବିଜ୍ଞାପନ ସଂଖ୍ୟା ୩୪,୦୪୮ରହିଛି । ଏହା ଉପରେ ୬.୮୮କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ସଂଖ୍ୟା ୨୩ମାର୍ଚ୍ଚ ସୁଦ୍ଧା ୪୧,୫୧୪ହୋଇଥିବା ବେଳେ ସମୁଦାୟ ଖର୍ଚ୍ଚ ୮.୩୮କୋଟି ଟଙ୍କାରେ ପହଞ୍ଚିଛି । ରିପୋର୍ଟ ଅନୁସାରେ ୨୩ମାର୍ଚ୍ଚ ସୁଦ୍ଧା ସମାପ୍ତ ସପ୍ତାହରେ ଭାରତରେ ଫେସ୍ବୁକ୍ରେ ରାଜନୀତି ଓ ରାଷ୍ଟ୍ରିୟ ମହତ୍ତ୍ୱର ପ୍ରସଙ୍ଗ ସହିତ ସମ୍ପର୍କିତ ବିଜ୍ଞାପନର ସଂଖ୍ୟା ୭୪୦୦ରୁ ଅଧିକ ବଢ଼ିଛି । ଭାରତର ମନ୍ କି ବାତ୍ ପୃଷ୍ଠ ସର୍ବାଧିକ ଖର୍ଚ୍ଚକାରୀ ଭାବେ ଉଭା ହୋଇଛି । ଏହା ମାଧ୍ୟମରେ ଦୁଇଟି ଶ୍ରେଣୀ ଅଧିନରେ ୩୭୦୦ରୁ ଅଧିକ ବିଜ୍ଞାପନ ଆସିଥିବା ବେଳେ ୨.୨୩କୋଟି ଟଙ୍କା ଅଧିକ ଖର୍ଚ୍ଚ କରାଯାଇଛି । ବିଜେପି ପାଖାପାଖି ୬୦୦ବିଜ୍ଞାପନ ଦେଇଥିବା ବେଳେ ୭ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ଏହା ତୁଳନାରେ କଂଗ୍ରେସ୍ ପେଜ୍ରେ ୪୧୦ ବିଜ୍ଞାପନ ରହିଛି । ଏହା ଉପରେ ଫେବ୍ରୁଆରୀରୁ ମାର୍ଚ୍ଚ ମଧ୍ୟରେ ବିଜ୍ଞାପନ ଖର୍ଚ୍ଚ ୫.୯୧ଲକ୍ଷ ଟଙ୍କା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ