ଜିଲ୍ଲପାଳ ଙ୍କ ଜରିଆରେ ଦଶ ଦଫା ଦାବିପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା):ଓଡିଶା ସାମ୍ବାଦିକ ସଂଘ (ଓ. ଜେ. ୟୁ ) ର ରାଜ୍ୟ ସଭାପତି ଶଶି ଭୂଷଣ ପ୍ରହରାଜ ଙ୍କ ଆହ୍ୱାନକ୍ରମେ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ରେ ଦଶ ଦଫା ସମ୍ମିଳିତ ଏକ ଦାବିପତ୍ର ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଙ୍କ ଜରିଆରେ ପ୍ରଦାନ କରାଯାଇଛି |ଦାବିମାନଙ୍କ ମଧ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ସ୍ୱାସ୍ଥ୍ୟବୀମା ପାଞ୍ଚ ଲକ୍ଷ ଟଙ୍କା କୁ ବୃଦ୍ଧି, ସାମ୍ବାଦିକ ଙ୍କ ମୁର୍ତ୍ୟୁକାଳୀନ ଆର୍ଥିକ ସହାୟତା ଦଶ ଲକ୍ଷ ଟଙ୍କା କୁ ବୃଦ୍ଧି ପାଇଁ ଦାବୀ କରାଯାଇଛି |ସାମ୍ବାଦିକମାନେ କାର୍ଯ୍ୟ କରିବାପାଇଁ ଏକ ଆଦର୍ଶ ମାର୍ଗଦର୍ଶିକା କାର୍ଯ୍ୟାବଳୀ (ଏସ. ଓ. ପି )ପ୍ରଣୟନ, ଅବସର କାଳୀନ ଭତ୍ତାପ୍ରଦାନ, ବ୍ୟାଙ୍କ ଋଣ ସରଳିକରଣ, ଜିଲ୍ଲା, ବ୍ଲକ, ଉପଖଣ୍ଡ ସାମ୍ବାଦିକ ମାନଙ୍କୁ ସାମ୍ବାଦିକ ଅଧୀସ୍ୱୀକୃତି ନୀତି ରେ ସାମିଲ କରାଯାଉ |ସାମ୍ବାଦିକ ମାନଙ୍କ ପାଇଁ ପ୍ରେସ କଲୋନୀ ପ୍ରତିଷ୍ଠା,ସରକାରୀ ବିଜ୍ଞ୍ୟାପନରୁ ଦୁଇ ପ୍ରତିଶତ ଲେଭି କାଟି ସାମ୍ବାଦିକ କଲ୍ୟାଣ ପାଣ୍ଠି ରେ ବ୍ୟବହାର କରାଯାଉ |ସାମ୍ବାଦିକ କମିଟି ଗଠନ କରାଯାଉ |ଦାବିପତ୍ର ଦେବାସମୟ ରେ ଜିଲ୍ଲା କାର୍ଯ୍ୟକାରି ସଭାପତି ଉମାକାନ୍ତ ବେହେରା ,ରାଜ୍ୟ ମହିଳା ଆବାହିକା ବିଜୟଲକ୍ଷ୍ମୀ ମହାଙ୍କୁଡ଼, ଶବର କୁମାର ତରାଇ, ବିଦ୍ୟାଧର ସାହୁ, ପ୍ରଦୀପ କୁମାର ପଣ୍ଡା, କେ. ରଜନୀ କାନ୍ତ ରେଡି ପ୍ରମୁଖ ଓଜେୟୁ ଜିଲ୍ଲା କର୍ମକର୍ତ୍ତା ଓ ସଭ୍ୟ ମାନେ ଉପସ୍ଥିତ ରହିଥିଲେ l


