ଯୁବ ରେଡ଼କ୍ରସ ସ୍ଵେଚ୍ଛାସେବୀଙ୍କୁ ପ୍ରଶିକ୍ଷଣ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବରେଡ଼କ୍ରସରେ ଯୋଗ ଦେଇଥିବା ନୂତନ ସ୍ଵେଚ୍ଛାସେବୀଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ ସଭାପତିତ୍ୱ କରି ରେଡ଼କ୍ରସର ଇତିହାସ, ଯୁବ ରେଡ଼କ୍ରସର କାର୍ଯ୍ୟ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ |ଯୁବ ରେଡ଼କ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା ସ୍ୱାଗତ କରିଥିଲେ |ବରିଷ୍ଠ ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଯୁବ ରେଡ଼କ୍ରସରେ ଯୋଗ ଦେବା ଉପରେ ଗୁରୁତ୍ୱ ଦେଇଥିଲେ |ମହିଳା ଉପଦେଷ୍ଟା ସ୍ୱରୂପା ରାଣୀ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ |ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଦିପୁ ଭୂୟାଁ, ପି. ଦୀପକ ରାଓ, ମହେଶ୍ୱର ରାଉତ ପ୍ରମୁଖ ଯୋଗ ଦେଇଥିଲେ |ଏହି ଅବସରରେ ଯୁବ ରେଡ଼କ୍ରସ ସ୍ଵେଚ୍ଛାସେବୀଙ୍କୁ ଶପଥପାଠ କରାଯାଇଥିଲା |


