ପାରଳାଖେମୁଣ୍ଡିରେ ଅମ୍ଲାନର ଶୁଭାରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧୀ ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅମ୍ଳାନର ଶୁଭାରମ୍ଭ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦୀପ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଏମ୍ ଏମ୍ ଅଲ୍ଲୀ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଏସ ତିରୁପତି, ୭ ନମ୍ବର କାଉନସିଲର ଧରିତ୍ରୀ ଶବର, DPM ସୋମ୍ୟ ରାଣୀ ଗୌଡ଼ ପ୍ରମୁଖ ମଞ୍ଚାସିନ ଥିଲେ। ଅମ୍ଳାନ କାର୍ଯ୍ୟକ୍ରମ ଓଡ଼ିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି।ରକ୍ତ ହୀନତା ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ। ଆନିମିଆ ମୁକ୍ତ ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟ କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗ ର ନେତ୍ରାନନ୍ଦ ଶତପଥୀ,, ସାଇ ପ୍ରସାଦ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଛାତ୍ର ଛାତ୍ରୀ ଙ୍କର ହେମୋଗ୍ଲୋବିନ ପରୀକ୍ଷା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ