ହତ୍ୟାଉଦ୍ୟମ ମାମଲା ; ୨ ଭାଇ ଜେଲଗଲେ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପୋଲିସ ରବିବାର କୁଶପଡ଼ା ଗ୍ରାମର ଟୁକୁନା ବିଷୋୟୀ ଏବଂ ବୁଲୁ ବିଷୋୟୀ ୨ ଭାଇ ଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୪୦୩/୨୨ ଦଫା -୨୯୪/୩୪୧/୩୦୭/୩୫୪/୫୦୬/୩୪ ଆଇ ପି ସି ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ୨ ଭାଇ ଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି। ଶନିବାର ସକାଳ ପ୍ରାୟ ୭ ଟାରେ ଗ୍ରାମର ରାଜେନ୍ଦ୍ର ଙ୍କ ଘର ସମ୍ମୁଖରେ ଅଟୋ ରଖାଯିବା କୁ କେନ୍ଦ୍ର କରି ପଡୋଶୀ ଶତ୍ରୁଘ୍ନ ବିଷୋୟୀ ଏବଂ ତାଙ୍କ ପୁଅ ଟୁକୁନା ଙ୍କୁ ଅଭିଯୁକ୍ତ ଦ୍ୱୟ ନିସ୍ତୁକ ମାଡ଼ ମାରିବା ସହ ପରିବାରର ମହିଳା ମାନଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା।ଏନେଇ ଏତଲା ହେବା ପରେ ଦିଗପହଣ୍ଡି ଥାନା ଆଇ ଆଇ ସି ଦୀପ୍ତି ରଞ୍ଜନ ବେହେରା ଅଭିଯୁକ୍ତ ୨ ଭାଇ ଙ୍କ ବିରୋଧରେ ଏତଲା କୁ ଭିତ୍ତିକରି ମକଦ୍ଦମା ରୁଜୁ କରିଥିଲେ।ମାମଲା ର ତଦନ୍ତକାରୀ ଅଧିକାରୀ ଏସ ଆଇ ବଳଭଦ୍ର ଗଣ୍ଡ ସମୁଦାୟ ଘଟଣା ର ତଦନ୍ତ କରି ଅଭିଯୁକ୍ତ ୨ ଭାଇ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।


