ମୋ କୋଣାର୍କ ମୋ ଗର୍ବ ବାର୍ତା କୋଣାର୍କ ପ୍ରେସ୍ କ୍ଲବ୍ ପକ୍ଷରୁ ମିନି ସାଇକ୍ଲୋଥନ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଓଡ଼ିଶା ପର୍ଯ୍ୟଟନ ବିଭାଗ ସହାୟତାରେ କୋଣାର୍କ ପ୍ରେସ୍ କ୍ଲବ୍ ପକ୍ଷରୁ ମିନି ସାଇକ୍ଲୋଥନ ଅନୁଷ୍ଠିତ ହୋଇଯାଇଛି । ମୋ କୋଣାର୍କ ମୋ ଗର୍ବ ବାର୍ତା ନେଇ ଏହି ସାଇକ୍ଲୋଥନ ଅନୁଷ୍ଠିତ ହୋଇଥିଲା । କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଏହି ସାଇକ୍ଲୋଥନକୁ କୋଣାର୍କ ଏନ୍‌ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, ବରିଷ୍ଠ ପରିବେଶବିତ୍ ଦିଲ୍ଲୀପ ଶ୍ରୀଚନ୍ଦନ, ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ଗୋପ ପଂଚାୟତ ସମିତି ଉପାଧ୍ୟକ୍ଷ ବନରଂଜନ ପଟ୍ଟନାୟକ, ପୁରୀ ଜିଲା ଯାଦବ ସଂଘ କାର୍ଯ୍ୟକାରୀ ସଭାପତି ଗୋପାଳ ଚନ୍ଦ୍ର ବେହେରା, ପୁରୀ ଜିଲା ପେଶାଦାର ସାମ୍ବାଦିକ ସଂଘ ସଭାପତି ତିବିକ୍ରମ ରାମକୃଷ୍ଣ ମହାପାତ୍ର, ଜବାହାର ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷ ଏନ୍‌.ସି. କର, କାଳୀ ମନ୍ଦିର ସଭାପତି ଦୁଃଶାସନ ନାୟକ, ଚଂପାହାର ଅଗ୍ନିସମ କେନ୍ଦ୍ର ଅଧିକାରୀ ଜ୍ୟୋତିପ୍ରକାଶ ରଥ, କୋଣାର୍କ ଥାନାଧିକାରୀ ରଂଜନ କୁମାର ମଲ୍ଲିକ୍‌, ପର୍ଯ୍ୟଟନ ଅଧିକାରୀ ଅମୟ କୁମାର ସେଠୀ ପ୍ରମୁଖ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ କୋରନାରେ ମୃତ୍ୟୁବରଣ କରିଥିବା କୋରନା ଯୋଦ୍ଧା ସାମ୍ବାଦିକ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କୋଣାର୍କକୁ ନେଇ ଗର୍ବ କରିବା ବାର୍ତାକୁ ବିଶ୍ୱ ବିଦିତ କରିବା ଲକ୍ଷ୍ୟ ନେଇ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଯୋଗୁଁ ଅତିଥିମାନେ ପ୍ରଶଂସା କରିଥିଲେ । କୋଣାର୍କକୁ ଦେଶ ବିଦେଶର ପର୍ଯ୍ୟଟକ ପରିଦର୍ଶନ କରିବାକୁ ଆସୁଛନ୍ତି । ଅତିଥିମାନଙ୍କୁ ସଦା ସର୍ବଦା ଉତମ ବ୍ୟବହାର ପ୍ରଦର୍ଶନ କରିବା, କୋଣାର୍କର ନାମକୁ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ବୋଲି ଅତିଥି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ୧୫୦ରୁ ଉର୍ଦ୍ଧ୍ୱ କଲେଜ ଓ ସ୍କୁଲର ଛାତ୍ରଛାତ୍ରୀମାନେ ଯୋଗ ଦେଇ କୋଣାର୍କ ପ୍ରେସ୍ କ୍ଲବ୍ ସମସ୍ତ ସଭ୍ୟ/ସଭ୍ୟା, ସାମ୍ବାଦିକ ସଂଘ, ମିଡ଼ିଆ ଫୋରମ୍‌ର କାର୍ଯ୍ୟକର୍ତାମାନେ ଯୋଗ ଦେଇ ଦୀର୍ଘ ୮ କି.ମି. ପର୍ଯ୍ୟନ୍ତ ସାଇକେଲ ଚାଳନା କରି ମା’ ରାମଚଣ୍ଡୀଙ୍କ ପୀଠରେ ପଂହଚିବା ପରେ ରାମଚଣ୍ଡୀ ଠାରେ ସମିତି ସଭ୍ୟ କାଶିନାଥ ନାୟକ, ରାମଚଣ୍ଡ ବଜାର କମିଟି ସଭ୍ୟସଭ୍ୟା, ବୋଟ ଆସୋସିଏସନ୍‌ର ସଭ୍ୟ/ସଭ୍ୟାମାନେ ସ୍ୱାଗତ କରିଥିଲେ । ଏହି ଅବସରରେ ରାମଚଣ୍ଡୀ ଠାରେ ବୃକ୍ଷରୋପଣ କରାଯାଇଥିବାବେଳେ ସର୍ବକନିଷ୍ଠ ସାଇକ୍ଲୋଥନରେ ଯୋଗ ଦେଇଥିବା ବ୍ୟକ୍ତିଙ୍କୁ କରୋନା ଯୋଦ୍ଧା ସଂଗ୍ରାମଙ୍କ ସ୍ମୃତି ଲାଗି ୫୦୧ ଟଙ୍କା ପୁରସ୍କାର ସହ ପୁଷ୍ପମାଲ୍ୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସାଇକ୍ଲୋଥନ କାର୍ଯ୍ୟକ୍ରମକୁ ପ୍ରେସ୍ କ୍ଲବ୍ ଉପଦେଷ୍ଟା ସଞ୍ଜୟ ପତି, ଧନଞ୍ଜୟ ବେହେରା ପ୍ରମୁଖ ପରିଚାଳନା କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ