ସାର୍ଦ୍ଦୁଳ ଉଚ୍ଚ ବିଦ୍ୟାଳୟରେ ବିଶ୍ବ ଏଡସ୍ ଦିବସରେ ସଚେତନତା ସଭା
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଡିସେମ୍ବର ୧ ବିଶ୍ବ ଏଡସ୍ ଦିବସ ଅବସରରେ ଭଞ୍ଜନଗର ବ୍ଳକ ସାର୍ଦ୍ଦୁଳ ରାଧାକୃଷ୍ଣ ସ୍ବାମୀ ଉଚ୍ଚ ବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ରୂପେ ଏ.ବି.ଇ.ଓ ନେତାଜୀ ବିଷୋୟୀ,ସମ୍ମାନିତ ଅତିଥି ରୂପେ ସି.ଆର୍.ସି.ସି ତ୍ରିନାଥ ବେହେରା ଙ୍କ ସମେତ କମ୍ୟୁନିଟି ହେଲଥ ଅଫିସର ଲକ୍ଷ୍ମୀ ନାରାୟଣ ସାହୁ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଦାମ ଦଳବରା, ଏ.ଏନ୍.ଏମ୍ ଦିପ୍ତିରେଖା ପାତ୍ର ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ଏଡସ୍ ର କାରଣ, ଲକ୍ଷଣ, ନିରାକରଣ ଆଦି ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭାସ୍କର ପାଣି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ପ୍ରଦୀପ କୁମାର ଗୌଡ,ସଚିତ୍ର କୁମାର ନାୟକ, ଅନଙ୍ଗ ମୋହନ ମହାରଣା,ପଦ୍ମନୀ ମିଶ୍ର, ମନମୋହନ ପାଣିଗ୍ରାହୀ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ, ସ୍ଥାନୀୟ ଆଶା କର୍ମୀ ପ୍ରମୁଖ ସହଯୋଗ କରିଥିଲେ ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା କୁଇଜ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିମା ସ୍ବାଇଁ,ଦ୍ବିତୀୟ ସ୍ଥାନ ହାସଲ କରିଥିବା ରେଖା ବିଶ୍ବାଳ ଓ ତୃତୀୟ ସ୍ଥାନ ହାସଲ କରିଥିବା ବଣ୍ଟି ଜେନା ପ୍ରମୁଖ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା


