ଦିବ୍ୟାଙ୍ଗ ସାଧନ କେନ୍ଦ୍ର”ର ଶୁଭ ଉଦ୍ଘାଟନ ଅନୁଷ୍ଠିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବ୍ଳକସ୍ତରୀୟ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ନିମିତ୍ତ “ଦିବ୍ୟାଙ୍ଗ ସାଧନ କେନ୍ଦ୍ର”ର ଶୁଭ ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି । ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ଥେରାପି,ତାଲିମ ତଥା ପରାମର୍ଶ ନିମନ୍ତେ ଏହି କେନ୍ଦ୍ର କାର୍ଯ୍ୟ କରିବ । ଏହାକୁ ସମ୍ପାଦନ ନିମନ୍ତେ ଦୁଇ ସାଧନ କର୍ମୀ ଅନିଲ କୁମାର ମୁଦୁଲି ଓ ଚିନ୍ମୟ କୁମାର ଦାଶ ସର୍ବଦା ଉପସ୍ଥିତ ରହିବେ। ଏହି ଅବସରରେ ସ୍ବତନ୍ତ୍ର ଆବଶ୍ୟକତା ଥିବା ପିଲାଙ୍କୁ ବିଭିନ୍ନ ସହାୟକ ଉପକରଣ ବଣ୍ଟନ କରାଯାଇଥିଲା। ଏହି ତାଲିମ କେନ୍ଦ୍ରକୁ ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ ଧନଞ୍ଜୟ ଓ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ବେହେରା ଉଦଘାଟନ କରିଥିଲେ। ବି.ଇ.ଓ କାର୍ଯ୍ୟାଳୟର ସମସ୍ତ ଏ ବି ଇ ଓ,କର୍ମଚାରୀ, ସମସ୍ତ ଆଇ. ଇ.ଭି ଟିଚର୍ସ ଉପସ୍ଥିତ ରହି ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ