ସହାୟିକ ସଂଘ ଛତ୍ରପୁର ବ୍ଲକ ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା):ସର୍ବ ନିମ୍ନ ମଜୁରୀ ପ୍ରଦାନ କରିବା, ମାସକୁ ମାସ ନିଦ୍ଧିଷ୍ଟ ତାରିଖରେ ଭତ୍ତା ମିଳିବା ବ୍ୟବସ୍ଥା କରାଯାଉ, କାର୍ଯ୍ୟରତ ସମୟରେ ଦୁର୍ଘଟଣା ଘଟିଲେ କ୍ଷତିପୂରଣ ମିଳିବା, ବର୍ଷକୁ ୧୦ମାସ ବଦଳରେ ୧୨ମାସର ଭତ୍ତା ଦିଆଯାଉ, ସାମାଜିକ ସୁରକ୍ଷା ପ୍ରଦାନ କରାଯିବା ସହିତ ପରିଚୟ ପତ୍ର ପ୍ରଦାନ କରିବା ସମେତ ୧୨ ଦଫା ଦାବୀ ନେଇ ଶନିବାର ଏଆଇଟିୟୁସି ଅନୁବନ୍ଧିତ ନିିଖିଳ ଓଡିଶା ଏମ. ଡି. ଏମ ପାଚିକା, ସହାୟିକାସଂଘ ଛତ୍ରପୁର ବ୍ଲକ ଶାଖା ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବୀ ପତ୍ର ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ରଙ୍କ ଜରିଆରରେ ପ୍ରଦାନ କରିଛନ୍ତି । ପ୍ରାରମ୍ଭ ରେ ସ୍ଥାନୀୟ ଅପରବସଷ୍ଟାଣ୍ଡ ଠାରୁ ସଂଘ ର ଶହ ଶହ ସଦସ୍ୟା ମାନେ ହାତରେ ଏଆଇଟିୟୁସି ପତାକା ଧରି ନିଜ ହକ୍ ନିମନ୍ତେ ଏକ ଶୋଭାଯାତ୍ରା ରେ ବାହରି ଛତ୍ରପୁର ସହର ପରିକ୍ରମା କରି ସ୍ଥାନୀୟ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ । ସେଠାରେ ସେମାନଙ୍କ ଅଧିକାର ନିମନ୍ତେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ସମ୍ବଳିତ ଦାବୀ ପ୍ରଦାନ କରିିଥିଲେ । ଏହି ଦାବୀ ପତ୍ର ପ୍ରଦାନ ବେଳେ ନିିଖିଳ ଓଡିଶା ଏମ. ଡି. ଏମ ପାଚିକା, ସହାୟିକାସଂଘ ର ଜିଲ୍ଲାସଭାପତି ରାଜେନ୍ଦ୍ର ଦାଶ, ଏଆଇଟିୟୁସି ନେତା ଦୁର୍ଯ୍ୟୋଧନ ନାହାକ, ଛତ୍ରପୁର ବ୍ଲକ ସଭାନେତ୍ରୀ ଗୀତାଞ୍ଜଳି ତରାଇ, ସମ୍ପାଦିକା ବାସନ୍ତୀ ପଣ୍ଡା, କୋଷାଧ୍ୟକ୍ଷ ନିଳାଦ୍ରୀ ରାଉଳଙ୍କ ସମେତ ଶହ ଶହ ପାଚିକା ଓ ସହାୟିକା ମାନେ ଉପସ୍ଥିତ ଥିଲେ ।


