‘ସଖୀ’ପକ୍ଷରୁ ମହିଳା ହିଂସା ବିରୋଧୀ ସଚେତନତା

ବାଲେଶ୍ୱର, (ସରୋଜ ପଣ୍ଡା):ଆନ୍ତର୍ଜାତିକ ମହିଳା ହିଂସା ବିରୋଧ ପକ୍ଷ ପାଳନ ଅବସରରେ ବାଲେଶ୍ୱରର ୱାନଷ୍ଟପ ସେଣ୍ଟର ‘ସଖୀ’ ପକ୍ଷରୁ ବସ୍ତା ବ୍ଲକ ନାବ୍ରା ମହିଳା ମହାବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ‘ସଖୀ’ କେନ୍ଦ୍ରର ପ୍ରଶାସିକା ମିନତୀ ପାତ୍ର ପୌରୋହିତ୍ୟ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । କଲେଜ ଅଧ୍ୟକ୍ଷ ଅଜୟ କୁମାର ପ୍ରଧାନ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ସମାଜରେ ମହିଳାଙ୍କ ଉପରେ ବଢ଼ି ଚାଲିଥିବା ହିଂସାକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ବିଶେଷ କରି ଦୁଷ୍କର୍ମ, ଅପହରଣ, ପାରିବାରିକ ହିଂସା, ରିଗିଂ, ଏସିଡ ଆକ୍ରମଣ, ସାଇବର ଅପରାଧ, ଯୌନ ନିର୍ଯାତନା, ଯୌତୁକ ନିର୍ଯାତନା ପ୍ରଭୃତି ରୋକିବା ଦିଗରେ ସବୁ ମହଲରୁ ପ୍ରୟାସ ହେବା ଉଚିତ ବୋଲି ସେ କହିଥିଲେ । ‘ସଖୀ’କେନ୍ଦ୍ରର ଆଇନ ପରାମର୍ଶଦାତା ଆଇନଜୀବୀ ଅକ୍ଷୟ କୁମାର ବେହେରା ଏଥିରେ ଯୋଗଦେଇ ମହିଳା ହିଂସା ରୋକିବା ନେଇ ସରକାରଙ୍କ ପକ୍ଷରୁ ପ୍ରଣୀତ ଆଇନର ସଫଳ କାର୍ଯ୍ୟକାରିତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ‘ସଖୀ’ର କର୍ମଚାରୀ ଅଲିଭା ଗିରି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକମରେ କଲେଜର ବହୁ ଛାତ୍ରୀ ଯୋଗ ଦେଇଥିଲେ ।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ