କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ କର୍ମଚାରୀଙ୍କ ଦାବି ପତ୍ର ପ୍ରଦାନ
କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):ଗଜପତି ଜିଲ୍ଲା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ସମସ୍ତ କର୍ମଚାରୀ ଗଜପତି ଜିଲ୍ଲାପାଳଙ୍କୁ ଅଭିଯୋଗ ପ୍ରକୋଷ୍ଠରେ ସେମାନଙ୍କ ମୌଳିକ ଦାବିଗୁଡିକ ପୂରଣ ନିମନ୍ତେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ୍ତ କୁମାର ନାୟକଙ୍କୁ ଓ କାଶୀନଗର ଗୋଷ୍ଠି ଶିକ୍ଷା ଅଧିକାରୀ ଆଦିକନ୍ଦ ଗମାଙ୍ଗ ଙ୍କୁ ଦାବିପତ୍ର ଜଣାଇଛନ୍ତି. ଦାବି ପତ୍ରରେ ଛଅ ବର୍ଷରୁ ଅଧିକ କାର୍ଯ୍ୟରତ କର୍ମଚାରୀ ଙ୍କୁ ନିୟମିତ କରିବା . ଗ୍ରେଡ ପେ ଇନ୍କ୍ରିମେଣ୍ଟ ଓ ଭତ୍ତା ଦେବା. କେ ଜି ବି ଭି କର୍ମଚାରୀ ନିମନ୍ତେ ଗୋଟିଏ ସ୍ଥାୟୀ ଦରମାର ବ୍ୟବସ୍ଥା ଆଦି ନିମନ୍ତେ ଦାବିପତ୍ରରେ ଉଲ୍ଲେଖ କରାଯାଇଛି.


