ପୋଡିଗଲା ୨ ବଖରା ଘର ସମେତ ଗୋରୁ ଗୁହାଳ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ସାଆଁଳପୁର ଗାଁର ଭାଗିରଥି ଜେନାଙ୍କ ୨ ବଖରା ଘର ଓ ଗୁହାଳ ରବିବାର ଅପରାହ୍ଣରେ ପୋଡିଯାଇଛି । ଅଗ୍ନିକାଣ୍ଡରେ ଭାଗିରଥିଙ୍କର ଆସବାବପତ୍ର ଠାରୁ ଧାନ, ଚାଉଳ ପର୍ଯ୍ୟନ୍ତ ପୋଡିଯାଇଛି । ଏଥିସହିତ ତାଙ୍କର ଗୋଟିଏ ଲେଖାଏଁ ଗାଈ, ବାଛୁରୀ ଓ ୩ ଗୋଟି ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି । ସମସ୍ତ ଚେଷ୍ଟା ସତ୍ତ୍ବେ ଗ୍ରାମବାସୀ ନିଆଁକୁ ଆୟତ କରିପାରି ନଥିଲେ । ଖବର ପାଇ ଧାମନଗର ଅଗ୍ନିଶ୍ରମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲେବି ସମସ୍ତ ଜିନିଷପତ୍ର ପୋଡି ପାଉଁଶ ହୋଇଯାଇଥିଲା । ପାଳସାହିର ପୂର୍ବତନ ସରପଞ୍ଚ ସୁଶାନ୍ତ କୁମାର ନାୟକ ଅଗ୍ନି ବିପନ୍ନଙ୍କ ପାଖରେ ପହଞ୍ଚି ଶୁଖିଲା ଖାଦ୍ୟ ଯୋଗାଇ ଦେଇଥିଲେ । ବିଦ୍ୟୁତ ଶର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣା ପଡିଛି ।


