ରାଜ୍ୟସ୍ତରୀୟ ବାରବାଟି କ୍ରିକେଟ କପ: ଖୋର୍ଦ୍ଧା କ୍ଲବ ସେମିରେ

ନିମାପଡ଼ା, (ସନ୍ତୋଷ ଦାଶ):ସ୍ଥାନୀୟ ବାରବାଟି ପଡ଼ିଆରେ ରାଜ୍ୟ ସ୍ତରୀୟ ବାରବାଟି କ୍ରିକେଟ କପ୍ ତଥା ଦ୍ବିତୀୟ ଟୁବୁଲି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିବସରେ ପରସ୍ପରକୁ ଭେଟିଥିଲେ ଖୋର୍ଦ୍ଧା ଜିଲ୍ଲା କ୍ରିକେଟ ଆସୋସିଏସନ୍ ଓ କଟକର ନିମପୁର ସ୍ପୋଟିଙ୍ଗ।ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇ ଖୋର୍ଦ୍ଧା ପଡିଆକୁ ଓହ୍ଲାଇ ନିର୍ଧାରିତ ଓଭରରେ ୬ଉଇକେଟ ହରାଇ ୨୪୦ରନ୍ ସଂଗ୍ରହ କରିଥିଲା।ଦଳ ପକ୍ଷରୁ ବିଶ୍ବଭୂଷଣ ବିହାରୀ ୮୩ ଓ ସତ୍ୟଜିତ ଛୋଟରାୟ ୪୮ରନ୍ କରିଥିଲେ।ପ୍ରତିପକ୍ଷ ବୋଲର ସୁମିତ୍ ଶେଖର ୬ଓଭର ବୋଲିଙ୍ଗ କରି ୩୭ରନ୍ ଦେଇ ୪ଟି ଉଇକେଟ୍ ଏବଂ ଏମ.ଡି ଡାନିସ୍ ଓ ଏସ ପାତ୍ର ୬ଓଭର ବୋଲିଙ୍ଗ କରି ୭୮ରନ୍ ଦେଇ ୧ଟି ଉଇକେଟ୍ ଅକ୍ତିଆର କରିଥିଲେ।ଜବାବରେ ନିମପୁରର ରଞ୍ଜନ କୁମାର ୨୫ରନ୍ ଓ ଏମ.ଡି ଡାନିସଙ୍କ ୧୭ ରନ୍ ଯୋଗୁଁ ଦଳ ୨୩.୩ ଓଭରରେ ସମସ୍ତ ଉଇକେଟ୍ ହରାଇ ୧୨୭ରନ୍ ସଂଗ୍ରହ କରିଥିଲା।ପ୍ରତିପକ୍ଷ ଖୋର୍ଦ୍ଧାର ବୋଲର ଶୁଭମ୍ ନାୟକ ୧୪.୩ ଓଭର ବୋଲିଙ୍ଗ କରି ୨୨ରନ୍ ଦେଇ ୩ଉଇକେଟ୍ ଏବଂ ସୂର୍ଯ୍ୟକାନ୍ତ ଓ ସୋନହାନ୍ ୬ଓଭର ବୋଲିଙ୍ଗ କରି ୫୯ରନ୍ ଦେଇ ୨ଟି ଉଇକେଟ୍ ଅକ୍ତିଆର କରିଥିଲେ।ଖୋର୍ଦ୍ଧା ୧୧୩ରନରେ ନିମପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି।ଅମ୍ପାୟାର ଅୟେଶକାନ୍ତ ମିଶ୍ର ଓ ସୌମ୍ୟ ଶେଖର ମହାନ୍ତି ମ୍ୟାଚ ପରିଚାଳନା କରିଥିଲେ।ବିଶ୍ବଭୂଷଣ ବିହାରୀ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।ଅତିଥି ଭାବେ କାନାରା ବ୍ୟାଙ୍କ ଶାଖା ପରିଚାଳକ ରତନ ପ୍ରସାଦ ଦେହୁରୀ ଯୋଗଦେଇଥିଲେ।ଆସନ୍ତା କାଲି କଟକର ରାଇଜିଙ୍ଗ୍ ଷ୍ଟୁଡେଣ୍ଟସ ଓ ଭୁବନେଶ୍ୱରର ଏମ.ସି.ସି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ