ବାର୍ଷିକ କ୍ରୀଡ଼ାଉତ୍ସବ ଉଦଘାଟିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ର ୨୩ତମବାର୍ଷିକ କ୍ରୀଡ଼ାଉତ୍ସବ ଆଜି ଶିକ୍ଷା କେନ୍ଦ୍ର ର ପଡ଼ିଆ ଠାରେ ଆରମ୍ଭ ହୋଇଛି। ଶିକ୍ଷାବିତ ଦ୍ୱିଜବର ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହି କ୍ରୀଡ଼ା ପ୍ରତିଯୋଗୀତା କୁ ଉଦଘାଟନ କରିଥିଲେ। ଉକ୍ତ ଉତ୍ସବ ରେ ଶିକ୍ଷାକେନ୍ଦ୍ର ର ସମ୍ପାଦକ ଦୁର୍ଗାପ୍ରସାଦ ତ୍ରିପାଠୀ, ଅଧ୍ୟକ୍ଷ ବନମାଳୀ ରାଉତ, ଉପାଧ୍ୟକ୍ଷ ନିରଞ୍ଜନ ସେନ ପ୍ରମୁଖ ଯୋଗଦାନ କରି କ୍ରିଡ଼ା ଉତ୍ସବ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଲୁକ୍କାୟିତ କ୍ରିଡ଼ାପ୍ରତିଭା କୁ
ଲୋକଲୋଚନ କୁ ଆଣି ପାରିବ ବୋଲି ମତ ପ୍ରକାଶ କରିଥିଲେ। କେଜି ୧ଠାରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଥିବା ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଲଙ୍ଗଜମ୍ପ , ଲକ୍ଷ୍ୟଭେଦ, ଆଳୁ ଚାମଚ, ଗୋଳା ଫିଙ୍ଗା ପ୍ରଭୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶିକ୍ଷାକେନ୍ଦ୍ର ର ଶିକ୍ଷକ, ଶିକ୍ଷୟତ୍ରୀ ମାନେ କ୍ରିଡ଼ା ପ୍ରତିଯୋଗିତା କୁ ପରିଚାଳନା କରିଥିଲେ। ଏହା ଦୁଇ ଦିନ ଧରି ଚାଲିବା ପରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ରାଉତ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ