ଅଲ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ମୟୂରଭଂଜ ପକ୍ଷରୁ ରାଇରଙ୍ଗପୁରରେ ଜିଲ୍ଲା ସ୍ତରୀୟ ସମ୍ମିଳନୀ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ବିଜୁ ଶ୍ରମିକ ସାମ୍ମୁଖ୍ୟ (ଵିଏସ ଏସ) ଅନୁବନ୍ଧିତ ଅଲ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ମୟୂରଭଂଜ ଜିଲ୍ଲା କମିଟୀ ଆନୁକୂଲ୍ୟରେ ରାଇରଙ୍ଗପୁର ଠାରେ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ନନ୍ଦିନୀ ପଣ୍ଡାଙ୍କ ନେତୃତ୍ୱରେ ବିଭିନ୍ନ ଦାବି ନେଇ ଏକ ବିଶାଳ ଶୋଭାଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ବାହାରି ରାଇରଙ୍ଗପୁର ସହର ପରିକ୍ରମା କରି ବାମନଘାଟୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସେଠାରେ ରାଜ୍ୟ ଓ ଜିଲ୍ଲା ନେତୃବୃନ୍ଦ ଅଙ୍ଗନବାଡ଼ି କର୍ମୀମାନେ ବିଭିନ୍ନ ସମସ୍ୟା ଦେଇ ଅତିବାହିତ କରୁଛନ୍ତି ବୋଲି କହିଥିଲେ । ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ନନ୍ଦିନୀ ପଣ୍ଡା ତାଙ୍କ ଅଭିଭାଷଣରେ କହିଥିଲେ ଅଙ୍ଗନବାଡ଼ି କର୍ମୀମାନେ କରୋନା ସମୟରେ ନିଜ ଜୀବନ ଓ ପରିବାରକୁ ବାଜି ଲଗାଇ କରୋନା ଆକ୍ରାନ୍ତଙ୍କ ସେବା କରି ଆକ୍ରାନ୍ତଙ୍କ ଜୀବନ ରକ୍ଷା କରିଥିବା ବେଳେ ଅନ୍ଯ କିଛି ଅଙ୍ଗନବାଡ଼ି ଦିଦି ଆକ୍ରାନ୍ତଙ୍କ ସେବା ସମୟରେ ନିଜେ ଆକ୍ରାନ୍ତ ହୋଇ ଶହୀଦ ହୋଇ ଯାଇଛନ୍ତି । ସେମାନଙ୍କୁ କୋଟି ପ୍ରଣାମ । ଅଙ୍ଗନବାଡ଼ି ହେଉଛି କେନ୍ଦ୍ରୀୟ ଯୋଜନା । ତେଣୁ କେନ୍ଦ୍ର ସରକାର ଏହାକୁ ଗୁରୁତ୍ବ ଦେଇ ସ୍ଥାୟୀ ସମାଧାନ କରିବା ଦରକାର । ସେମାନଙ୍କର ମୁଖ୍ୟ ଦାବୀ ଗୁଡିକ ଯାହାକି ବର୍ଷ ବର୍ଷ ଧରି ଦାବି କରି ଆସୁଛନ୍ତି ସେହି ଦାବିମଧ୍ୟରେ ଦରମା ବୃଦ୍ଧି,ପରିପୂରକ ପୁଷ୍ଟିକର ଖାଦ୍ୟ ଓ THR ଅଣ୍ଡାର ମୂଲ୍ୟ ବୃଦ୍ଧି,ଅଙ୍ଗନୱାଡି କର୍ମୀରୁ ସୁପରଭାଇଜର ପଦୋନ୍ନତି ସଠିକ୍ ଭାବରେ କରିବା,ମାସିକ ଅବସର କାଳୀନ ଭତ୍ତା ପ୍ରଦାନ, ଜାତୀୟ ଶିକ୍ଷାନୀତି ର ସ୍ପଷ୍ଟିକରଣ କରିବା, ମୃତ୍ୟୁ କାଳୀନ ସହାୟତା ରାଶି ପ୍ରଦାନ କରିବା,ମାସିକ ଅବସରକାଳୀନ ଭତ୍ତା ପ୍ରଦାନ କରିବା,ସମସ୍ତ ଅଙ୍ଗନୱାଡୀ କର୍ମୀ,ସହକର୍ମୀ,ମିନି ଅଙ୍ଗନୱାଡୀ କର୍ମୀମାନଙ୍କୁ BSKY କାର୍ଡ ପ୍ରଦାନ,ଗାଁ କଲ୍ୟାଣ ସମିତିର ଯୁଗ୍ମ ଜମା ଖାତାରୁ ଅଙ୍ଗନୱାଡିମାନଙ୍କୁ ବାଦ୍ ଦେବା ସହିତ PF ଓ ଗ୍ରାଚୁଏଟି ଭଳି ବିଭିନ୍ନ ସମସ୍ୟାର ସମାଧାନ ସହ ସେମାନଙ୍କୁ ସରକାରୀ ମାନ୍ୟତା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବା ସହ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବା ପାଇଁ ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ମୁଖ୍ୟମନ୍ତ୍ରୀ ଦୁଇମାସ ସମୟ ନେଇଛନ୍ତି । ତେଣୁ ନଭେମ୍ବର ୨୧ ରୁ ଭୂବନେଶ୍ବରର ଲୟର ପିଏମଜିଠାରେ ଧାରଣାରତ ଅଙ୍ଗନବାଡ଼ି କର୍ମୀମାନେ ଧାରଣାରୁ ଓହରି ଅଙ୍ଗନବାଡ଼ି କେନ୍ଦ୍ର ଖୋଲନ୍ତୁ । ଶିଶୁ ଓ ମାଆମାନଙ୍କୁ ଖାଦ୍ୟ ଓ ଆବଶ୍ୟକୀୟ ସେବା ଯୋଗାନ୍ତୁ ।ଦୁଇମାସ ପରେ ଅଙ୍ଗନବାଡ଼ିକର୍ମିଙ୍କ ସମସ୍ତ ସମସ୍ୟା ଉପରେ ସରକାରଙ୍କ ସହ ଆଲୋଚନା କରି ଦାବି ହାସଲ ପାଇଁ ଚେଷ୍ଟା କରାଯିବ। ସରକାର ସେମାନଙ୍କ ନାର୍ଯ୍ଯ ଦାବି ପ୍ରତି ସମବେଦନା ଓ ସହାୟତାର ହାତ ବଢାଇବେ ବୋଲି ଆଶା ଓ ବିଶ୍ବାସ ଅଛି । ସେମାନଙ୍କର ଲିଖିତ ଦାବୀପତ୍ରକୁ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସହକାରୀ ଜିଲ୍ଲାପାଳ ଶ୍ରୀମତୀ ଶକୁନ୍ତଳା ହାଁସଦାଃଙ୍କୁ ପ୍ରଦାନ କରିଥିଲେ ଏଥିରେ ହଜାର ହଜାର ସଂଖ୍ୟାରେ ଅଙ୍ଗନୱାଡୀକର୍ମୀ ଓ ସହାୟିକା ଯୋଗଦେଇଥିଲେ ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସଭାନେତ୍ରୀ ନନ୍ଦିନୀ ପଣ୍ଡା,ଜିଲ୍ଲା ସଭାନେତ୍ରୀ ସୌଭାଗ୍ୟ ମଂଜରୀ କରଣ,ଜିଲ୍ଲା ସମ୍ପାଦିକା ନନ୍ଦିତା ଦତ୍ତ,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ହୀରାମଣି ସିଂ,ଉର୍ମିଳା ପୁଥାଳ,ସବିତା ମହାନ୍ତ,ମୁମୁନୀ ସିଂ,ମୁନି ସିଂ,ନନ୍ଦିତା ନାଏକ,ସୁଜାତା ମୁଣ୍ଡା,ସାରଦା ନାୟକ ପ୍ରମୁଖ ପ୍ରତିବାଦରେ ଅଂଶଗ୍ରହଣ କରିଥିଲେ ାବହୁ ଦୂରରୁ ଆସି ବହୁ କଷ୍ଟ ସ୍ବିକାର କରି ସମ୍ମିଳନୀକୁ ସଫଳ କରାଇଥିବାରୁ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ନନ୍ଦିନୀ ପଣ୍ଡା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ