ସରକାରୀ ଜମି ଜବରଦଖଲ ଉଚ୍ଛେଦ ,ଦାବିରେ ପୋଡାମାରୀ ଗ୍ରାମବାସୀ ପକ୍ଷରୁ ଆମରଣ ଅନଶନ ଚେତାବନୀ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ପୋଡାମାରୀ ଗ୍ରାମର ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ଗ୍ରାମକଣ୍ଠ ପଟ୍ଟା ବଣ୍ଟନ ଓ ସରକାରୀ ଜମି ଜବରଦଖଲ ଉଚ୍ଛେଦ ଦାବି ନେଇ ମଙ୍ଗଳବାର ଦିନ ଗ୍ରାମବାସୀଙ୍କ ପକ୍ଷରୁ ଆଗାମୀ ଦିନରେ ଆମରଣ ଅନଶନ ଚେତାବନୀ ଦିଆଯାଇଛି । ଏନେଇ ଗ୍ରାମବାସୀ ମାନେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଏକ ନୋଟିସ ପ୍ରଦାନ କରିଛନ୍ତି । ଖବରନୁଯାୟୀ , ସାନଖେମୁଣ୍ଡି ବ୍ଲକ ପୋଡାମାରୀ ପଞ୍ଚାୟତର ଉକ୍ତ ଗ୍ରାମରେ ବହୁ ଗରିବ ଲୋକ ବର୍ତ୍ତମାନ ସୁଦ୍ଧା ବାସହୀନ ଅବସ୍ଥାରେ ରହି ଆସୁଛନ୍ତି । ତେବେ ସେମାନେ ନିଜସ୍ବ ପଟ୍ଟା ଖଣ୍ଡକ ପାଇଁ ବାରମ୍ବାର ରାଜସ୍ବ କାର୍ଯ୍ୟାଳୟ ଯାଇଥିବା କହିଛନ୍ତି । ତେବେ ଗ୍ରାମରେ ସେଟେଲମେଣ୍ଟ ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ବହୁ ହିତାଧିକାରୀଙ୍କୁ ତାଙ୍କ ଘରର ପଟ୍ଟା ପ୍ରଦାନ କରାଯାଇନାହିଁ । ତେଣୁ ରାଜସ୍ବ ବିଭାଗ ପକ୍ଷରୁ ସରଜମିନ ତଦନ୍ତ କରାଯାଇ ତୁରନ୍ତ ହିତାଧିକାରୀଙ୍କୁ ପଟ୍ଟା ଯୋଗାଇ ଦେବାପାଇଁ ଆବେଦନ କରିଛନ୍ତି । ଏଥିସହ ଗ୍ରାମର କିଛି ସରକାରୀ ଏବଂ ଗୋଚର ଜମିରେ କିଛି ଅସାଧୁ ବ୍ୟକ୍ତି ଜବରଦଖଲ କରିଥିବା ବେଳେ ଯଥାଶୀଘ୍ର ଏହାକୁ ଉଚ୍ଛେଦ କରାଯାଉ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଏନେଇ ପୂର୍ବରୁ ସେମାନେ ରାଜସ୍ବ କାର୍ଯ୍ୟାଳୟ ଅଭିଯୋଗ କରିଛନ୍ତି। କିନ୍ତୁ ଏହାର କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ।ତେଣୁ ଆସନ୍ତା ୨୦୨୩ ଜାନୁଆରୀ ୨୬ ତାରିଖ ୭୪ ତମ ଗଣତନ୍ତ୍ର ଦିବସ ସୁଦ୍ଧା ଏହାର ରାଜସ୍ବ ବିଭାଗ ପକ୍ଷରୁ କୈାଣସି ସମାଧାନ ନ କରାଯାଏ ପରଦିନ ଗ୍ରାମବାସୀ ତରଫରୁ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଦିଆଯିବ ବୋଲି ଦୃଢ ଚେତାବନୀ ଦେଇଛନ୍ତି । ଏହି ସମୟରେ ସ୍ଥାନୀୟ ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ , ସମିତି ସଭ୍ୟ ପି . ଚନ୍ଦ୍ରମା ପାତ୍ର , ସନ୍ତୋଷ କୁମାର ଗୈାଡ , ରାମେଶ୍ବର ପାତ୍ର , ଶିବ ପ୍ରଧାନ , ସୁଶାନ୍ତ କୁମାର ବେହେରା ଓ ପ୍ରଶାନ୍ତ କୁମାର ବେହେରା ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ