କ୍ଷତ୍ରିୟବରପୁର ଡିଗ୍ରୀ କଲେଜ୍ ରେ ରସାୟନ ବିଜ୍ଞାନ ବିଭାଗର ପାଠଚକ୍ର
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ରାସାୟନ ବିଜ୍ଞାନ ବିଭାଗରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ଼.ରବିନାରାୟଣ ପାତ୍ରଙ୍କ ତତ୍ତ୍ୱାବଧାନରେ ଏସିଡ଼୍ ଡିପୋଜିସନ୍ ସମ୍ପର୍କରେ ପାଠଚକ୍ର ଅନୁଷ୍ଠିତ ହେବା ସହିତ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଡ଼.ଗିରିଧର ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପରିବେଶ ଉପରେ ଏସିଡ଼୍ ଡିପୋଜିସନ୍ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ I କାର୍ଯ୍ୟକ୍ରମରେ ପାଠଚକ୍ର ସମ୍ପାଦିକା ରୁପାଲି ଗୌଡ଼, ସହସମ୍ପାଦିକା ଅମିଷା ଗୌଡ଼, ଅଧ୍ୟାପକ ଡ.ସଂଜୀବ କୁମାର ଦାଶ,ତପନ କୁମାର ତ୍ରିପାଠୀଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ I ସହସମ୍ପାଦିକା ଅମିଷା ଗୌଡ଼ ଧନ୍ୟବାଦ ଜ୍ଞାପନ କରିଥିଲେ I


