ଶ୍ରମ ମନ୍ତ୍ରୀଙ୍କ ଦ୍ଵାରା ଜିଲୁଣ୍ଡାରେ ଗୋଶାଳା ଉଦଘାଟିତ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ମଧୁପଲ୍ଲୀ ପଞ୍ଚାୟତ ଜିଲୁଣ୍ଡା ଗ୍ରାମର ଶ୍ରୀ ମହାଲିଙ୍ଗେଶ୍ୱର ମନ୍ଦିର ପରିସରରେ ନୂତନ ଭାବେ ନିର୍ମିତ ହୋଇଥିବା ଗୋଶାଳା ଡିସେମ୍ବର ୧୨ ତାରିଖ ଦିନ ଉଦଘାଟିତ ହୋଇଯାଇଛି। ଓଡିଶା ସରକାରଙ୍କ ମାନ୍ୟବର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଏହି ନବ ନିର୍ମିତ ଗୋଶାଳାକୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡ଼ା, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ ଓ ବିକ୍ରମ କୁମାର ନାୟକ, ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ, ବ୍ଲକ ଅଧ୍ଯକ୍ଷାଙ୍କ ପ୍ରତିନିଧି ରାଜେନ୍ଦ୍ର କୁମାର ପ୍ରଧାନ, ସ୍ଥାନୀୟ ସରପଞ୍ଚ ବସନ୍ତ କୁମାର କରଣ, ସମାଜସେବୀ ଘନଶ୍ୟାମ ଦାସ, ବେଲଗାଁ ସରପଞ୍ଚ ମନୋଜ କୁମାର ପ୍ରଧାନ, ଆସିକା ସମବାୟ କେନ୍ଦ୍ର ବ୍ଯାଙ୍କ ନିର୍ଦ୍ଦେଶକ ରଞ୍ଜନ ସାହୁ, ମହିଳା ବିଜେଡି ଜିଲ୍ଲା ଉପସଭାପତି କବିତା ସାହୁ, ଲୁଲୁ ସାହୁ, ତାପସ ସାହୁ ଓ ବହୁ ଗ୍ରାମବାସୀ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ