ଓକିଲ ସଂଘ ପକ୍ଷରୁ କଲମ ଛାଡ ଆନ୍ଦୋଳନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଆନ୍ଦୋଳନରୁ ନିବୃତ ରହିବାକୁ ସୁପ୍ରିମ୍,କୋର୍ଟ ଜାରି କରିଥିବା ନିର୍ଦ୍ଦେଶନାମା ବିରୋଧରେ ଆଜି ଭଞ୍ଜନଗର ଓକିଲ ସଂଘ ପକ୍ଷରୁ କଲମ ଛାଡ ଆନ୍ଦୋଳନ କରିବା ସହ କୋର୍ଟ ସମ୍ମୁଖରେ ପ୍ରତିବାଦ କରିଥିଲେ। ଓକିଲ ସଂଘ ସଭାପତି ସନ୍ତୋଷ ନାୟକଙ୍କ ନେତୃତ୍ବରେ ବହୁ ଆଇନଜୀବୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲା। ହାଇକୋର୍ଟ ରେଜିଷ୍ଟାର ଦ୍ବାରା ସୁପ୍ରିମ୍କୋର୍ଟରେ ଦାଖଲ ହୋଇଥିବା ପିଟିସନର ଶୁଣାଣୀ କରି ସୁପ୍ରିମ୍କୋର୍ଟ ଆନ୍ଦୋଳନ ଦ୍ବାରା କୋର୍ଟ କାର୍ଯ୍ୟ ବ୍ୟାଘାତ ସୃଷ୍ଟି କରୁଥିବା ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବାମର୍ କାଉନସିଲ ଅଫ୍ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ବିରୋଧ କରିବା ସହ ଉକ୍ତ ନିର୍ଦ୍ଦେଶନାମାକୁ ରଦ୍ଦ କରିବା ପାଇଁ ଭଞ୍ଜନଗର ଓକିଲ ସଂଘ ପକ୍ଷରୁ ଆଜି ପ୍ରତିବାଦ କରାଯାଇଥିଲା। ଏଥିରେ ବରିଷ୍ଠ ଉପସଭାପତି ଧୀରେନ ସ୍ବାଇଁ,ଆଇନଜୀବୀ ଦଣ୍ଡପାଣି ସ୍ବାଇଁ,ପ୍ରଦ୍ୟୁମ୍ନ ନାୟକ,ଅଳକା ମଞ୍ଜରୀ ପଟ୍ଟନାୟକ,ଖରାଂଶୁ ଶେଖର ଦାସ,ରବି ଦାସ,ଅଭିମନ୍ୟୁ ଗୌିଡ,ସନ୍ତୋଷ ତିଆଡି,ଅଶ୍ବିନ କୁମାର ପାଣିଗ୍ରାହୀ,ସମୀର ନାୟକ,ରଜତ କୁମାର ଦାଶଙ୍କ ସମେତ ବହୁ ଆଇନଜୀବୀ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ