ସମଗ୍ର କନ୍ଧମାଳରେ ବୁଲୁଛି ନକଲି ୫୦୦ ଟଙ୍କିଆ ନୋଟ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ବର୍ତ୍ତମାନ କିଛି ଦିନ ହେଲା ସମଗ୍ର କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଗହଳି ପୂର୍ଣ୍ଣ ସ୍ଥାନରେ ବୁଲୁଛି ନକଲି ୫୦୦ ଟଙ୍କିଆ ନୋଟ। କିଛି ଦୁର୍ବୃତ୍ତ ବ୍ୟବସାୟୀ ଓ ବ୍ୟବସାୟ ପ୍ରତିଷ୍ଠାନକୁ ଟାର୍ଗେଟ୍ କରି ସେମାନଙ୍କ ଠାରୁ ସାମଗ୍ରୀ କିଣିବା ପରେ ସେମାନଙ୍କୁ କିଛି ଭଲ ନୋଟ ସହ ନକଲି ନୋଟ ମିଶାଇ ପ୍ରଦାନ କରୁଛନ୍ତି। ଜଣେ ବ୍ୟବସାୟୀଙ୍କ ଠାରୁ ସଉଦା କିଣି ଜଣେ ଗ୍ରାହକ ୫୦୦ ଟଙ୍କିଆ ଜାଲି ନୋଟ ଦେଇ ପଳାଇଥିଲେ। ବ୍ୟବସାୟୀ ଘରକୁ ଆସି ରାତିରେ ଟଙ୍କା ଗଣିବା ବେଳେ ନକଲି ନୋଟ ସଂପର୍କରେ ଜାଣିପାରିଥିଲେ।ତେବେ ଏହି ନକଲି ନୋଟଟି ଅସଲି ଅପେକ୍ଷା ସାମାନ୍ୟ ପତଳା ହୋଇଥିବା ବେଳେ ଆଉ ବିଶେଷ କିଛି ପ୍ରଭେଦ ନାହିଁ। ଫଳରେ ବ୍ୟବସାୟୀ ମାନେ ଏହାକୁ ହଠାତ ଧରି ପାରୁନାହାନ୍ତି। ଅନ୍ୟପକ୍ଷରେ ସମଗ୍ର କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବାହାର ରାଜ୍ୟ ତଥା ଅଣ ଓଡ଼ିଆଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମଜୁରିଆ, ମିସ୍ତ୍ରି ଓ ବ୍ୟବସାୟ କରିବାକୁ ବହୁ ଅଣ ଓଡ଼ିଆ ଲୋକ ଏବେ ସମଗ୍ର କନ୍ଧମାଳ ଜିଲ୍ଲାର ବିଭିନ୍ନ ସହରରେ ଡେରା ପକାଇଛନ୍ତି। ଯାହାର ସଠିକ ସୂଚନା ପ୍ରଶାସନ ପାଖରେ ନାହିଁ। ଫଳରେ ସାଧାରଣ ଲୋକଙ୍କ ସନ୍ଦେହରେ ସେମାନେ ରହିଛନ୍ତି। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ