‘ଶ୍ରୀନିକ୍ସ କଲେଜ ଅଫ ଇଂଜିନିୟରିଂ’ରେ ରକ୍ତଦାନ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ଅନ୍ୟତମ ବୈଷୟିକ ଶିକ୍ଷାନୁଷ୍ଠାନ ‘ଶ୍ରୀନିକ୍ସ କଲେଜ ଅଫ ଇଂଜିନିୟରିଂ’ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠାନ କ୍ୟାମ୍ପସରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ ଏହି ଶିବିରକୁ ଉଦଘାଟନ କରିଥିଲେ । ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡ. ଯଶୋବନ୍ତ ମହାନ୍ତି ଏଥିରେ ପୌରୋହିତ୍ୱ କରିଥିଲେ । ଅନୁଷ୍ଠାନର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ଗୌରାଙ୍ଗ ସାହୁ ଓ ମୁଖ୍ୟ ସଂଯୋଜକ ଇଂ ଭବାନୀ ଦାସ ମହାପାତ୍ର ଏହି ଶିବିରରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଛାତ୍ରଛାତ୍ରୀଙ୍କ ସାଧୁ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଶିବିରରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା ଓ ବହୁ କର୍ମଚାରୀ ରକ୍ତଦାନ କରିଥିଲେ । ଅଧ୍ୟାପକ ଇଂ. ମନୋଜ କୁମାର ପ୍ରଧାନ, ଅନୁପମ ପ୍ରଧାନ, ବିଶ୍ୱରଞ୍ଜନ ଚମ୍ପତିରାୟ, ମାନସ ରଞ୍ଜନ ସାହୁ, ପ୍ରଶାନ୍ତ କୁମାର ତ୍ରିପାଠୀ, ବିଜନ କୁମାର ଗିରି, ଭାଗ୍ୟଶ୍ରୀ ଦାସ, ଶାନ୍ତିପ୍ରିୟ ଆଚାର୍ଯ୍ୟ, ବ୍ୟୋମକେଶ ପଣ୍ଡା, ସଂଗ୍ରାମ ସାହୁ, ସ୍ୱାଗତିକା ପାତ୍ର, ସର୍ଜିତା ସାହୁ, ସୁମତି ସାହୁ, ବିଶ୍ୱରଞ୍ଜନ ନାୟକ, ହୃଷିକେଶ ପ୍ରଧାନ, ଗଣପତି ସାହୁ, ଅଜିତାନନ୍ଦ ଦେବଗୋସ୍ୱାମୀ ପ୍ରମୁଖ ଏହି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।