କନ୍ଧମାଳ ଜିଲା ବିଶ୍ୱହିନ୍ଦୁ ପରିଷଦର ଜରୁରି ବୈଠକ: ସାଙ୍ଗଠନିକ ଶୃଙ୍ଖଳା ଓ କ୍ରିୟାଶୀଳତା ଉପରେ ଗୁରୁତ୍ୱ 

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବିଶ୍ୱହିନ୍ଦୁ ପରିଷଦର ଏକ ଜରୁରି ବୈଠକ ସ୍ଥାନୀୟ ଶ୍ରୀରାମମନ୍ଦିର ଠାରେ କାମଦେବ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ପୂର୍ବପ୍ରାନ୍ତ ସଂଗଠନ ମନ୍ତ୍ରୀ ଶରତ କୁମାର ପ୍ରଧାନ, ପ୍ରାନ୍ତ ସହ ସଂପାଦକ ପ୍ରିୟନାଥ ଶର୍ମା, ପ୍ରାନ୍ତିୟ କାର୍ଯ୍ୟକର୍ତ୍ତା ଭାରତ ଚନ୍ଦ୍ର ସ୍ୱାଇଁ, ମନୋଜ କୁମାର ପତି, ମାନସ ରଂଜନ ପଣ୍ଡା ପ୍ରମୁଙ୍କ ସହ ଜିଲାର ବିଭନ୍ନ ଅଞ୍ଚଳର ବହୁ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ବିଶ୍ୱହିନ୍ଦୁ ପରିଷଦର ଗତ ହିତ ଚିନ୍ତନ ଅଭିଯାନ ବିଷୟରେ ଆଲୋଚନା ହୋଇଥିଲା। ସଂଗଠନ ସଂପାଦକ ଶରତ ଚନ୍ଦ୍ର ପ୍ରଧାନ ବିଶ୍ୱହିନ୍ଦୁ ପରିଷଦର ଆଗାମୀ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ। କନ୍ଧମାଳ ଜିଲା ସାଙ୍ଗଠନିକ ଶୃଙ୍ଖଳା ଓ କ୍ରିୟାଶୀଳତା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବା ସହିତ ବର୍ତ୍ତମାନର ବିଶ୍ୱହିନ୍ଦୁ ପରିଷଦର କନ୍ଧମାଳ ଜିଲା ସମିତିକୁ ଭଙ୍ଗ କରିବା ସହିତ ଆଗାମି ଦିନରେ ପୁନଃ ଗଠନ ପାଇଁ ପ୍ରାନ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବିଶ୍ୱହିନ୍ଦୁ ପରିଷଦର ଓଡ଼ିଶା ପୂର୍ବ ସହ ସଂପାଦକ ପ୍ରିୟନାଥ ଶର୍ମା ଏକ ପ୍ରେସ୍‌‌ ବିବୃତ୍ତିରେ ଦର୍ଶାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ