ନାଟ୍ୟକାର ଜଗନ ମୋହନ ଲାଲାଙ୍କ ସ୍ମୃତିରେ ଆଲୋଚନାଚକ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଆଦି ନାଟ୍ୟକାର ଜଗନ୍ ମୋହନ ଲାଲାଙ୍କ ସ୍ମୃତିରେ ଓଡିଶା ନାଟ୍ୟ ସଙ୍ଘ ଓ ତୁଳସୀ କଲଚରାଲ ଆସୋସିଏସନର ମିଳିତ ଉଦ୍ୟମରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ସହରର ବିନୋଦ ବିହାରୀଜୀୟୁଙ୍କ ସଭା ଗୃହରେ ଅନୁଷ୍ଠିତ ‘ଆମ ନାଟକରେ ସାଂପ୍ରତିକ ସମାଜ’ଶୀର୍ଷକ ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ପି.ଏନ.ଏସ. ସ୍କୁଲ ଅଫ ଇଞ୍ଜିନିଅରିଂ ଆଣ୍ଡ ଟେକ୍ନୋଲୋଜିର ଅଧ୍ୟକ୍ଷ ଇଂ ଜ୍ଞାନରଞ୍ଜନ ନାୟକ, ମୁଖ୍ୟବକ୍ତା ଭାବେ ଡଃ. ପ୍ରଦୀପ୍ତ ରାଉତରାୟ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଆସୋସିଏସନର ଉପସଭାପତି ନାଟ୍ୟଶିଳ୍ପୀ ରବୀନ୍ଦ୍ର ନାଥ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ସମ୍ପାଦକ କୈଳାସ ଚନ୍ଦ୍ର ନହାନ୍ତି ମଞ୍ଚ ପରିଚାଳନା କରିଥିଲେ । ଏହି ଆଲୋଚନାଚକ୍ରରେ ଆସୋସିଏସନର ସଦସ୍ୟ ସରୋଜ କୁମାର ମହାନ୍ତି, ଅକ୍ଷୟ ସେନାପତି, ସଂଯୁକ୍ତା ଦାସ, ଅଶୋକ କୁମାର ସାହୁ, ହାଡିବନ୍ଧୁ ସିଂ, ଐଶ୍ୱର୍ଯ୍ୟରଞ୍ଜନ ଜେନା, ରାଜ କିଶୋର ପତ୍ରୀ, ଇତିଶ୍ରୀ ଦାସ, ଐଶ୍ୱର୍ଯ୍ୟା ଦାସ, ପ୍ରତୀକ ଅନୁରାଗ ଦାଶ, ଉମାକାନ୍ତ ଜେନା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବର୍ତ୍ତମାନର ନାଟକ କିପରି ସାଂପ୍ରତିକ ସମାଜର ବିଭିନ୍ନ ବିଷୟ ବସ୍ତୁ ରହିଛି, କିପରି ସାଂପ୍ରତିକ ସମାଜର ବିଭିନ୍ନ ବିଷୟକୁ ନେଇ ନାଟକ ଅଭିନୟ କରାଯାଇପାରିବ, କିପରି ନାଟ୍ୟ ନାଟକକୁ ଆହୁରି ବୃଦ୍ଧି କରାଯିବ ସେ ବିଷୟରେ ଅତି ବିସ୍ତୃତ ଭାବେ ଆଲୋଚନା ଆଲୋଚନା କରାଯାଇଥିଲା । ଶେଷରେ ସଦସ୍ୟ ଉମାକାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ