ଗଜପତି ଯୁବ ରେଡକ୍ରସର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁବ ରେଡକ୍ରସର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ! ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଗଜପତି ଜିଲ୍ଲା ଯୁବ ରେଡକ୍ରସର ସଭାପତି ପ୍ରଫେସର ରାଧାକାନ୍ତ ଭୂୟାଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଚିକିତ୍ସାଳୟର ଡକ୍ଟର ଏନ ରବିବାବୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଓଡ଼ିଶା ରାଜ୍ୟ ଶାଖା ପୂର୍ବତନ ଯୁବ ରେଡକ୍ରସ ଅଧିକାରୀ ପ୍ରଫେସର ଡକ୍ଟର ଅଜୟ କୁମାର ତ୍ରିପାଠୀ ଯୋଗଦେଇ ଚଳିତ ବର୍ଷର କାର୍ଯ୍ୟକ୍ରମ ଖସଡ଼ା ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ ! ବୈଠକରେ ଏକ ସମାନ୍ତରାଳ କାର୍ଯ୍ୟ ସୂଚୀ ପ୍ରସ୍ତୁତ କରାଯାଇଥିଲା । ବୈଠକ କୁ ଗଜପତି ଜିଲ୍ଲା ଯୁବ ରେଡକ୍ରସ ର ଆବାହକ ସମ୍ପାଦକ ପ୍ରଫେସର ସୁକାନ୍ତ କୁମାର ବେହେରା ସମ୍ପାଦନା କରିଥିଲେ ଏବଂ ଜିଲ୍ଲା ସଂଯୋଜକ ଡକ୍ଟର ସୁଦୀପ୍ତ କୁମାର ଷଡ଼ଙ୍ଗୀ ସ୍ୱାଗତ ଭାଷଣ ତଥା ବିଗତ ବର୍ଷର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ୧୯ ଟି ମହାବିଦ୍ୟାଳୟର ଯୁବ ରେଡକ୍ରସର ପରାମର୍ଶ ଦାତା ମାନେ ଯୋଗ ଦେଇଥିଲେ । ଏହି ବୈଠକଟି ଅଧ୍ୟାପକ ସୁବାଷ ଚନ୍ଦ୍ର ଖୁଣ୍ଟିଆ ପରିଚାଳନା କରିଥିବା ବେଳେ ଅଧ୍ୟାପକ ରାମହରି କାର୍ଜି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ