ମଣ୍ଡି ନ ଖୋଲିବାରୁ ଚାଷୀ ଶାଗ ମାଛ ଦରରେ ଧାନ ଆନ୍ଧ୍ର ବେପାରୀକୁ ବିକ୍ରି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ମୁଖ୍ୟତଃ ତିନୋଟି ବ୍ଳକରେ ଧାନ ଚାଷ ହୋଇ ଥାଏ, ଗୋଶାଣୀ ଗୁମ୍ମା ଓ କାଶୀ ନଗରରେ ବର୍ତ୍ତମାନ ଚାଷି ଧାନ ଅମଳ କରି ସାରିଲାଣି କିନ୍ତୁ ଗଜପତି ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ମଣ୍ଡି ନ ଖୋଲିବାରୁ ଚଳିତ ବର୍ଷ ଉତ୍ପାଦିତ ଧାନ ଆନ୍ଧ୍ର ବେପାରୀଙ୍କୁ ଶାଗ ମାଛ ଦରରେ ବିକ୍ରି କରୁଥିବାର ଦେଖି ବାକୁ ମିଳିଛି। ୮୩ କେଜି କୁ ୧୧୫୦ ଦରରେ ବିକ୍ରି କରିଦେଉଛନ୍ତି।ଆଗକୁ ପର୍ବ ପର୍ବାଣୀ ଥିବାରୁ ଚାଷି ବାଧ୍ୟ ହୋଇ ଧାନ ବିକ୍ରି କରୁଛନ୍ତି।କ୍ଷୁଦ୍ର ନାମମାତ୍ର ଚାଷି ଓ ଭାଗ ଚାଷି କରଜ କରି ଆଣିଥିବାରୁ ଋଣ ସୁଝିବା ସକାଶେ ଧାନ ବିକ୍ରି ମଧ୍ୟ କରୁଛନ୍ତି ଏପଟେ ଚାଷିର ଧାନ ମଣ୍ଡି କୁ ଯାଇ ପାରି ନାହିଁ।ଏପଟେ ଚଳିତ ମାସ ସୁଦ୍ଧା ମଣ୍ଡି ଖୋଲିବାର ବ୍ୟବସ୍ଥା ରହିଛି।ଚାଷି ସମବାୟ ସମିତି ଦ୍ଵାରା ଧାନ ବିକ୍ରି କରିବା ଆଶାରେ ଅପେକ୍ଷା କରି ବସିଛି। ପଞ୍ଜିକୃତ ଚାଷୀର ଏବେ ପର୍ଯ୍ୟନ୍ତ ମେସେଜ ଆସି ନାହିଁ।ଧାନ କେବେ ବିକ୍ରି କରିବେ ଚିନ୍ତାରେ ରହିଛି।ଗତ ବର୍ଷ ବେରଙ୍ଗୀ ଧାନ କହି ମିଲର ମାନେ 5 ରୁ 10 କେଜି କାଟି ଥିବା ବେଳେ ଚଳିତ ବର୍ଷ ଏହିଭଳି ପୁନରାବୃତ୍ତି ନ ହେବା ପାଇଁ କୃଷକ ସଙ୍ଗଠନ ପକ୍ଷରୁ ଜଣା ପଡିଛି। ଚଳିତ ବର୍ଷ ଏହିଭଳି କଟନୀ ଛଟନୀ ନା ରେ ଚାଷୀଙ୍କ ଧାନ ନ କାଟିବାକୁ ଚାଷିକୂଳ ଗଜପତି ଜିଲ୍ଲା କୃଷକ ସଙ୍ଘର ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଅନୁରୋଧ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ