ରାଇରଙ୍ଗପୁରରେ ବିଜେପି ତରଫରୁ ଧାନ ମଣ୍ଡି ସଂପର୍କରେ ବିଭିନ୍ନ ସମସ୍ୟା ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ରାଜ୍ୟରେ ଅନ୍ନଦାତାଙ୍କୁ ଅଣଦେଖା କରା ଯାଉଥିବାରୁ ଚାଷୀମାନେ ଚାଷ କାର୍ଯ୍ୟ ପ୍ରତି ବିମୁଖ ଦେଖା ଦେଉଛନ୍ତି ।ଧାନ କ୍ରୟ ବିଳମ୍ବ,ଭୁଲ ନିଷ୍ପତ୍ତି,,ଓ ନିଷ୍ଠାହୀନ କାର୍ଯ୍ୟ ନେଇ ଚାଷୀମାନେ ଉପେକ୍ଷିତ,ଅବହେଳିତ,ବାହାର ବେପାରୀଙ୍କ ଦ୍ବାରା ଶୋଷିତ,ଲାଞ୍ଛିତ ହେଉଛନ୍ତି ।ଯାହାଫଳରେ ସେମାନଙ୍କ ଗରୀବତା ବଢ଼ିଚାଲିଛି ।ଧାନ ମଣ୍ଡିରେ ବ୍ୟବସ୍ଥା ସୁଧାରିବା ପାଇଁ ପଶ୍ଚିମ ମୟୂରଭଞ୍ଜ ବିଜେପି ତରଫରୁ ଜିଲ୍ଲା ସଭାପତି ତଥା ରାଇରଙ୍ଗପୁର ବିଧାୟକ ଶ୍ରୀ ନବଚରଣ ମାଝୀଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ପ୍ରତିବାଦ ସଭା କରିବା ସହ ଉପଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।ଦାବି ଗୁଡ଼ିକ ମଧ୍ୟରେ କୃଷକ ପଂଜିକୃତରେ ଅନିୟମିତତା ଓ ପାତର ଅନ୍ତର ବନ୍ଦ କରିବା,ସେଂଟ୍ରାଲ ଟୋକନ ନାମରେ ସରକାରୀ ପ୍ରାୟୋଜିତ ଭ୍ରଷ୍ଟାଚାର ଓ ଚାଷୀମାରଣ ନୀତି ବନ୍ଦ କରିବା,ଚାଷୀ ମୁଣ୍ଡ ପିଛା ୬୦ କ୍ଵିଣ୍ଟାଲ ଧାନ ବିକ୍ରି ସୀମା ବୃଦ୍ଧି କରିବା କଟନୀ ଛଟନୀ ବନ୍ଦ କରିବା,ଏମଏସପି ପାଇଁ ପ୍ରତି ଜିଲ୍ଲାରେ ଓ ବ୍ଳକରେ ପ୍ରକୋଷ୍ଠ ଖୋଲାଯିବା,ଧାନ ସଂଗ୍ରହ ଲିମିଟ ଅଣସେଚିତ ଜମିରେ ୨୨ କ୍ଵିଣ୍ଟାଲ ଏବଂ ଜଳସେଚନ ଜମିରେ ୨୮ କ୍ଵିଣ୍ଟାଲ ପ୍ରତି ଏକର ଘୋଷଣା କରିବା,ବସ୍ତା ଓ ସୁତୁଲି ପଇସା ଚାଷୀଙ୍କୁ ଦେବା, ମୁଖ୍ୟମନ୍ତ୍ରୀ ୨୦୧୬ ରେ ଘୋଷଣା କରିଥିବା କ୍ବିଣ୍ଟାଲ ପିଛା ୧୦୦ ଟଙ୍କା ବୋନସ ତୁରନ୍ତ ଚଳିତ ଧାନ କ୍ରୟ ସମୟରେ ପ୍ରଦାନ କରିବା ଇତ୍ୟାଦି । ଏହି କାର୍ଯ୍ୟକ୍ରମରେରାଜ୍ଯ ବିଜେପି ସଂପାଦକ ଶ୍ରୀ ନବିନ ରାମ,ବର୍ଷିୟାନ ବିଜେପି ନେତା ଶ୍ରୀ ମନୋରଂଜନ ମହାନ୍ତି,, ମୟୂରଭଞ୍ଜ କୋଅପେରେଟିଭ ୟୁନିୟନର ଡାଇରେକ୍ଟର ଶ୍ରୀ ଈଶାନ ମିଶ୍ର, ମନୋଜ ଦାସ, କମଳାକାନ୍ତ ନାଏକ,ସଂଜୟ ନାୟକ,ବିକାଶ ମହାନ୍ତି,ବରୁଣ ଦେ, ସଂଜୟ ନାୟକ,ପ୍ରଦୀପ ରାଉତ, ମହମ୍ମଦ ଅନଓ୍ବାର ଉଲ୍ ସକ୍, ପଦ୍ମିନୀ ଜେନା, ଯୋଗେନ୍ଦ୍ର ବେହୁରା,ଶେଖର ମାଝୀବିନୟ ମହାନ୍ତି ,ମିଥିଲା ଟୁଡୁ,ମଂଜୁଲତା ଗିରି,ନିରୁପମା ଟୁଡୁ,ମାଧବ ମହାପାତ୍ର,ଦୁଷ୍ମନ୍ତ ଦାସଙ୍କ ସମେତ ଶତାଧିକ ବିଜେପି କର୍ମୀ ଓ ଚାଷୀ ସାମିଲ ହୋଇଥିଲେ । ଆଗକୁ ଯଦି ମଣ୍ଡିରେ ଅବ୍ୟବସ୍ଥା ଦେଖାଯାଏ ତାହାହେଲେ ବିଜେପି ତରଫରୁ ତିବ୍ର ଆନ୍ଦୋଳନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ