ଜିଲ୍ଲାପରିଷଦଙ୍କ ଦ୍ୱାରା ସିଂହମର୍ଦ୍ଦନରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦ୍ଘାଟିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗଞ୍ଜାମ ମାନଚିତ୍ରରେ ଏକ ଛୋଟିଆ ଗାଆଁ ହେଉଛି ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ପଞ୍ଚାୟତର ସିଂହମର୍ଦ୍ଦନ ଗ୍ରାମ I କିନ୍ତୁ ନିଜର କଳା ସଂସ୍କୃତି ଏବଂ ଏକତା ପାଇଁ ଏହି ଗ୍ରାମ ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିଛି I ଆଜି ଏହି ଗ୍ରାମର ଗୌରବକୁ ଆଉ ଟିକେ ବଢାଇଦେଇଛନ୍ତି ଗ୍ରାମର ମାଆ କାଳୀ କ୍ରିକେଟ୍ କ୍ଳବ୍ ର ଯୁବ ସଦସ୍ୟ ମାନେ I ଗ୍ରାମବାସୀଙ୍କ ସହଯୋଗରେ ଦୀର୍ଘ ପଚିଶି ବର୍ଷ ପରେ ଗ୍ରାମରେ ଆୟୋଜିତ ହୋଇଛି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ I ଏହି ଟୁର୍ଣ୍ଣାମେଣ୍ଟ୍ ର ଆଜି ଉଦ୍ଘାଟନୀ ଉତ୍ସବରେ ଉଦ୍‌ଘାଟକ ରୂପେ ୪୮ ନମ୍ବର୍ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ୍ କୁ ଉଦ୍ଘାଟନ କରିବା ସହ ଶୃଙ୍ଖଳା କ୍ରୀଡ଼ା ପାଇଁ ଏକ ଅଭିନ୍ନ ଅଙ୍ଗ ବୋଲି ପ୍ରକାଶ କରିଥିଲେ I କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଗାଙ୍ଗପୁର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ସ୍ଥାନୀୟ ସରପଞ୍ଚ କମଳ କୁମାରୀ ପ୍ରଧାନ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟ୍ ଭାଇଚାରା ପ୍ରତିଷ୍ଠା କରୁ ବୋଲି ପ୍ରକାଶ କରିଥିଲେ I ସେହିପରି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ସମାଜସେବୀ ମହନ୍ତ ରାମକୃଷ୍ଣ ଦାସ, ଜି.ନୂଆଁଗାଆଁ ସରପଞ୍ଚ ଅଚ୍ୟୁତାନନ୍ଦ ସାହୁ , ଯୁବ ସମାଜସେବୀ ତଥା ଗଣମାଧ୍ୟମ ପ୍ରତିନିଧି ଦିଲ୍ଲୀପ କୁମାର ପଗଡ଼,ଜଗନ୍ନାଥ ନାୟକ, ଯୁବ କବି ଶିଶିର କୁମାର ସ୍ୱାଇଁ, ସମାଜସେବୀ ଦେବରାଜ ସ୍ୱାଇଁ, ସୁରେନ୍ଦ୍ର ସ୍ଵାଇଁ, କାହ୍ନୁ ଚରଣ ସ୍ଵାଇଁ,ପୃଥ୍ୱୀରାଜ୍ ସ୍ୱାଇଁ, ଗଙ୍ଗାଧର ସ୍ୱାଇଁ, ସୁବାଷ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦେଇ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ I ମାଆ କାଳୀ କ୍ରିକେଟ୍ କ୍ଳବ୍ ସଦସ୍ୟ ରାଜେଶ୍ କୁମାର ସ୍ଵାଇଁଙ୍କ ନେତୃତ୍ୱରେ ଶରତ ସ୍ୱାଇଁ, ଦୀପକ ଭୂୟାଁ,ରାହୁଲ୍ ସ୍ୱାଇଁ, ବିମଳ ସ୍ୱାଇଁ, ବାମଦେବ ନାୟକ, ସୌରଭ ବେହେରା ଏହି ଟୁର୍ଣ୍ଣାମେଣ୍ଟ୍ କୁ ପରିଚାଳନା କରିଥିବାବେଳେ ଗ୍ରାମବାସୀ ସହଯୋଗ କରିଥିଲେ I ଆଜିର ଉଦ୍ଘାଟନୀ ମ୍ୟାଚ୍ କୁଲାଡ଼ ଏବଂ ବାଲିପଦର ମଧ୍ୟରେ ଖେଳାଯାଇଥିବା ଏଥିରେ ବାଲିପଦର ଟିମ୍ କୁଲାଡ଼ ଟିମ୍ କୁ ମାତ୍ର ଏକ ରନ୍ ରେ ହରାଇ ବିଜୟ ଲାଭ କରିଥିଲା I କ୍ଯାପ୍ଟେନ୍ କେ ସଞ୍ଜିବ୍ ଦୋରାଙ୍କ ନେତୃତ୍ୱରେ ବାଲିପଦର ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଦଶ ଓଭରରେ ୧୨୮ ରନ୍ ସଂଗ୍ରହ କରିଥିବା ବେଳେ କ୍ଯାପ୍ଟେନ୍ ଜଗନ୍ କୁମାର ରଥଙ୍କ ନେତୃତ୍ୱରେ କୁଲାଡ଼ ଟିମ୍ ଆକର୍ଷଣୀୟ ବ୍ୟାଟିଂ କରିଥିଲେ ମଧ୍ୟ ୧୨୭ ରନ୍ କରିବାକୁ ସକ୍ଷମ ହୋଇଥିଲା I ଆଜିର ମ୍ଯାଚରେ ଶିବଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା I ଯୁବ କ୍ରୀଡାବିତ୍ ନାରାୟଣ ନାୟକ ଏବଂ ଲୁଚିତ୍ ବିଷୋୟୀ ଅମ୍ପାୟାର ଦାୟିତ୍ୱ ତୁଲାଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ