ପାଇଲିପଡ଼ାରେ ଧାନମଣ୍ଡି ଉଦ୍ଘାଟିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ପାଇଲିପଡ଼ା ସେବା ସମବାୟ ସମିତିରେ ଚଳିତ ବର୍ଷର ଧାନ ସଂଗ୍ରହ ପାଇଁ ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି I ଏହି ଅବସରରେ ସେବା ସମବାୟ ସମିତି ସଭାପତି କେ ରବୀନ୍ଦ୍ର କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦ୍ଘାଟକ ରୂପେ 48 ନମ୍ବର୍ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା ଯୋଗଦେଇ ମଣ୍ଡିକୁ ଉଦ୍ଘାଟନ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ସେବ ସମବାୟ ସମିତିର ସମସ୍ତ ନିର୍ଦ୍ଦେଶକ ତଥା କେ କ୍ରିଷ୍ଣା ମୂର୍ତ୍ତୀ ପତ୍ର, କୃଷ୍ଣଚନ୍ଦ୍ର ସ୍ଵାଇଁ ,ଭଗବାନ ଗୌଡ଼,ଶିବରାମ ମହାରଣା ପ୍ରମୁଖ ଉପସ୍ଥିତ ଥି଼ଲେ I ସେବା ସମବାୟ ସମିତି ସମ୍ପାଦକ ପ୍ରଦୀପ କୁମାର ମହାନ୍ତି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ