ମଙ୍ଗଳପୁର ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ବିଂଶତମ କ୍ରୀଡ଼ା ଉତ୍ସବ ଉଦଯାପିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ମଙ୍ଗଳପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ବିଂଶତମ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି I ଏହି କ୍ରୀଡ଼ା ଉତ୍ସବକୁ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଜ୍ୟୋତିରଞ୍ଜନ ନାୟକ କ୍ରୀଡ଼ା ପତାକା ଉତ୍ତୋଳନ କରି ଉଦ୍ଘାଟନ କରିଥିବାବେଳେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମାଧ୍ୟରେ ଦୌଡ଼, ବାଟି ଚାମଚ, ଅଖା ଡ଼ିଆଁ, ସଙ୍ଗୀତ ଚୌକି, ଅନ୍ଧପୁଟୁଳି ଭଳି ବିଭିନ୍ନ ବିଭାଗରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଆଜି ଏହି ଉତ୍ସବର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଏହି ଉତ୍ସବରେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା କ୍ଷେତ୍ରରେ ଉନ୍ନତି ପାଇଁ କ୍ରୀଡ଼ା ଏକାନ୍ତ ଆବଶ୍ୟକ ବୋଲି କହିଥିଲେ I ସେହିପରି ସମ୍ମାନୀତ ଅତିଥି ଭାବେ ପ୍ରେସକ୍ଲବ ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ, ଶିକ୍ଷାକେନ୍ଦ୍ର ସମ୍ପାଦକ ମାଧବ ଚନ୍ଦ୍ର ଆପଟ ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ କରିବାରେ କ୍ରୀଡ଼ା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ମତ ପ୍ରକାଶ କରିଥିଲେ I ଏହି କ୍ରୀଡ଼ା ଉତ୍ସବକୁ ବିଜୟଲକ୍ଷ୍ମୀ ଗୁରୁମା ସୁନିତା ଗୁରୁମା,ସୁଲୋଚନା ଗୁରୁମା ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ସମସ୍ତ ଗୁରୁଜୀ ଗୁରୁମା ଏବଂ କର୍ମଚାରୀ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ