ରେସୱା ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ଭୀର ବାଲ ଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ରେସୱା ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ଭୀର ବାଲ ଦିବସ ଶିଶୁ ଯତ୍ନ ଅନୁଷ୍ଠାନରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ନିର୍ଦେଶ କ୍ରମେ ରେସ୍ୱୱା ସ୍ୱାଧାର ଗୃହର ଅଧିକ୍ଷିକା ମିନତୀ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଖ୍‌ମାନଙ୍କ ଗୁରୁ ଗୋବିନ୍ଦ ସିଂ ଜୀଙ୍କ ପରିବାର ଏକ ଶିଖ ଗୋଷ୍ଠିକୁ ନେଇ ଆନନ୍ଦପୁର ସାହିବ ଛାଡି ସରସା ନଦୀକୁ ପାର ହେବା ବେଳେ ମୋଗଲମାନଙ୍କ ସହ ଯୁଦ୍ଧ ହୋଇଥିଲା ଓ ପରେ କିପରି ତାଙ୍କ ୯ବର୍ଷର ପୁତ୍ର କନିଷ୍ଠ ସାହିବଜାଦେଙ୍କୁ ମୋଗଲମାନେ ଗିରଫ କରି ସେମାନଙ୍କ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିବାରେ କନିଷ୍ଠ ସାହିବଜାଦେ ସେଥିରେ ରାଜି ନହୋଇ ଶିଖମାନଙ୍କ ପାଇଁ ପ୍ରାଣବଳୀ ଦେଇଥିଲେ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏଥିସହିତ ଅନ୍ତେବାସୀମାନଙ୍କୁ ନିର୍ଭିକ, ସାହସୀ ଓ କର୍ତ୍ତବ୍ୟନିଷ୍ଠ ହୋଇ ଜୀବନର ପ୍ରତ୍ୟେକଟି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ସକାଳ ପ୍ରାର୍ଥନା ସମୟରେ ଅନ୍ତେବାସୀ ପିଲାମାନଙ୍କ ଆଗରେ ଗୁରୁ ଗୋବିନ୍ଦ ସିଂଜୀଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରାଯିବା ସହ ସେ ସମ୍ପର୍କିତ ଏକ ଭିଡିଓ ପ୍ରଦର୍ଶନ ପୂର୍ବକ ପ୍ରେରଣା ପ୍ରଦାନ କରାଯାଇଥିଲା । ଅନ୍ତେବାସୀମାନଙ୍କ ମଧ୍ୟରୁ ଦୁଇଜଣ ପିଲା ଗୁରୁ ଗୋବିନ୍ଦ ସିଂଜୀଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶିଶୁ ଯତ୍ନ ଅନୁଷ୍ଠାନର ଅଧିକ୍ଷକ ଅମିତରଞ୍ଜନ ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ ସହ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ମିନତୀ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ