ତୃତୀୟ ଦିନରେ ଲେଡ଼ି ମେଟ୍ରୋନମାନଙ୍କ ଗଣଧାରଣା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ନେତୃତ୍ୱରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧିନରେ କାର୍ଯ୍ୟରତ ଲେଡି ମେଟ୍ରୋନ ମାନଙ୍କ ଧାରଣା ତୃତୀୟ ଦିନରେ ପହଞ୍ôଚଛି । ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଡ଼ାକରାରେ ସମନ୍ୱୟ ସମିତିର ସଭାପତି ପ୍ରଶାନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ପାଞ୍ଚଜଣ ପ୍ରତିନିଧି ଦଳ ଉପସଭାପତି ଝରଣା ମହାନ୍ତି, ସାଧାରଣ ସମ୍ପାଦକ ସୁଜିତ କୁମାର ନାୟକ, ନାଗିଆ ଓରାମ, ଦେବସ୍ମିତା ମହାନ୍ତି ପ୍ରମୁଖ ଅନୁସୂଚିିତ ଜାତି ଓ ଜନଜାତି ବିଭାଗର ସଚିବଙ୍କ ତରଫରୁ ଅତିରିକ୍ତ ସଚିବ ସ୍ମାରକପତ୍ର ଗ୍ରହଣ କରିବା ସଙ୍ଗେ ସଙ୍ଗେ ଅନୁସୂଚିତ ଜାତି ଓ ଜନଜାତି କାର୍ଯ୍ୟାଳୟର ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଡ଼କାଇ ୧୦ ଦଫା ଦାବି ଯଥା ଲେଡି ମେଟ୍ରୋନମାନଙ୍କ ଚାକିରୀ ସର୍ତ୍ତାବଳୀ ଅନୁଯାୟୀ ହଷ୍ଟେଲ ପରିଚାଳନା ଦାୟିତ୍ୱ ଦେବା, ସରକାରୀ ଚାକିରୀର ମାନ୍ୟତା ପ୍ରଦାନ କରିବା, ୨୪ ଘଣ୍ଟା ପରିବର୍ତ୍ତେ ୮ ଘଣ୍ଟା କାର୍ଯ୍ୟ କରିବା, ମାସିକ ଦରମା ୧୦ ହଜାର ପରିବର୍ତ୍ତେ ୧୮ ହଜାର ଟଙ୍କାକୁ ବୃଦ୍ଧି କରିବା, କାର୍ଯ୍ୟାଳୟ ନିକଟରେ ବାସଗୃହ ଯୋଗାଇ ଦେବା, ଇପିଏଫ୍ କାଟି ଜମା କରିବା, ଅନୁକମ୍ପାମୂଳକ ନିଯୁକ୍ତି ଦାବିରେ ପରିବାରର ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଖୁବ୍ ଶୀଘ୍ର ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଡ଼କାଯାଇ ଦାବୀ ପୂରଣ ନିମନ୍ତେ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏବଂ ଏହି ସ୍ମାରକପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ, ଅର୍ଥ ବିଭାଗ ଓ ପ୍ରମୁଖ ଶାସନକୁ ପ୍ରଦାନ କରାଯାଇଥିଲା ।


