ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପଦାଧୀକାରୀଙ୍କ ସାଙ୍ଗଠନିକ ସମୀକ୍ଷା ବୈଠକ

ବ୍ରହ୍ମପୁର, (ଅନିଲ କୁମାର):ଆଜି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପଦାଧୀକାରୀଙ୍କ ସାଙ୍ଗଠନିକ ସମୀକ୍ଷା ବୈଠକ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ୱରେ ସ୍ଥାନୀୟ ଗୋଳନ୍ଥରା ସ୍ଥିତ ବନ୍ଦେ ମାତରଂ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର ଏହି ସାଙ୍ଗଠନିକ ସମୀକ୍ଷା ବୈଠକରେ ଯୋଗ ଦେଇ “ସଶକ୍ତ ମଣ୍ଡଳ ସକ୍ଷମ ଶକ୍ତି କେନ୍ଦ୍ର ସକ୍ରିୟ ବୁଥ୍” ଉପରେ ଆଲୋଚନା କରିଥିଲେ । ଆଜିର ବୈଠକରେ ଆଗାମୀ ନିର୍ବାଚନକୁ ଦୢଷ୍ଟି ଆଗରେ ରଖି ବୁଥ୍ କୁ କ୍ରିୟାଶୀଳ ଓ ଗତିଶୀଳ କରିବାକୁ କାର୍ଯକର୍ତ୍ତା ମାନଙ୍କୁ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର ଆହ୍ୱାନ ଦେଇଥିଲେ । ମନମାଳିନ ଛାଡ଼ି ଏକଜୁଟ୍ ହୋଇ ସଙ୍ଗଠନ କରିବାକୁ ଆଜିର ବୈଠକରେ ଜିଲ୍ଲା ସଭାପତି ଶ୍ରୀ ଜେନା କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ଆଜିର ଏହି ବୈଠକରେ ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କାହ୍ନୁ ଚ଼ରଣ ପତି,ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ ସରୋଜ ସାବତ,ପ୍ରଶାନ୍ତ କର ପ୍ରମୁଖ ମଞ୍ଚାସୀନ ଥିବା ବେଳେ ରାଜ୍ୟ କୢଷକମୋର୍ଚ୍ଚା ସମ୍ପାଦକ ରାଜେଶ ସାହୁ, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ,ବରିଷ୍ଠ ନେତା ତଥା ଚ଼ିକିଟି ବିଧାନସଭା ପ୍ରଭାରୀ କାମନା ପାଢ଼ୀ, ଜିଲ୍ଲା ଉପ ସଭାପତି ବିନୋଦ ମିଶ୍ର,ମନୋଜ ପଟନାୟକ, ପରେଶ ଚନ୍ଦ୍ର ରଥ,ଡ଼ା.ସୁବାଷ ସାହୁ,ରାମ କୁମାର ପାତ୍ର, ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥି,ପ୍ରଭାତ କିରଣ ଷଡ଼ଙ୍ଗୀ,ଏନ୍.ରାଜେନ୍ଦ୍ର କୁମାର, ଜିଲ୍ଲା ସମ୍ପାଦକ ପ୍ରଦୀପ ଶତପଥି,ବାଳକୃଷ୍ଣ ସାମନ୍ତରା,ଲକ୍ଷ୍ମୀ ଚ଼ରଣ ପଣ୍ଡା,ଭୀମସେନ୍ ବେହେରା, ଏଲ୍.ମୋହନ ଦାସ, ସୁଶିଳା ମଲ୍ଲିକ,ଜିଲ୍ଲା କୋଷାଧ୍ୟକ୍ଷ ସୂର୍ଯ୍ୟମଣି ପାତ୍ର, ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ୱତୀ,ଜିଲ୍ଲା କୢଷକମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟାନନ୍ଦ ଦାସ,ଜିଲ୍ଲା ଏସଟି ମୋର୍ଚ୍ଚା ସଭାପତି ଧନୁ ଶବର,ବ୍ରହ୍ମପୁର ବିଧାନସଭା ପ୍ରଭାରୀ ରାମ ପ୍ରସାଦ ସାମଲ ପ୍ରମୁଖ ଜିଲ୍ଲା ପଦାଧୀକାରୀଙ୍କ ସମେତ ସମସ୍ତ ବିଜେପି ମଣ୍ଡଳ ସଭାପତି,ଜିଲ୍ଲା ସେଲ୍ ସଂଯୋଜକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ