ବ୍ଲକ ସ୍ତରୀୟ ମିଶନ ଶକ୍ତି ଋଣ ମେଳା: ୬୩୬ ଏସ୍‌.ଏଚ୍‌.ଜିଙ୍କୁ ୩୦ କୋଟି ୫୬ ଲକ୍ଷ ଟଙ୍କାର ଋଣ ପ୍ରଦାନ

ବନ୍ତ, (ଚାନ୍ଦିନୀ ମହାନ୍ତି):ଶନିବାର ବନ୍ତ ବ୍ଲକ ପରିସରରେ ବ୍ଲକ ମିଶନ ଶକ୍ତି ପକ୍ଷରୁ ବ୍ଲକ ସ୍ତରୀୟ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ପ୍ରଫୁଲ୍ଲ ସାମଲ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟସାହାଣୀ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଡି.ଆର.ଡି.ଏର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରିତିମୟ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, ବିଡିଓ ପ୍ରଦୀପ କୁମାର ସେଠୀ, ଡି.ପି.ସି ସୀତାଂଶୁ ଶେଖର ସାହୁ, ନାବାର୍ଡର ଡି.ଡି.ଏମ୍ ଜିତେନ୍ଦ୍ର କୁମାର ସାହୁ, ଏଲ.ଡି.ଏମ୍ ନାଗେଶ୍ୱର ରାଓ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିସହ ବାଙ୍ଗୋରପଦୀର ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ରଶ୍ମିତା ସାହୁ, ବଡ ବର୍ଚ୍ଚିକୟାଁ ପଞ୍ଚାୟତର ମା’ ପଶ୍ଚିମା ସ୍ୱୟଂ ସହାୟକ ଗୋଷ୍ଠୀର ସୁଦୀପ୍ତି ସିଂହ ନିଜର ଅଭିଜ୍ଞତା ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ୬୩୬ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ୩୦ କୋଟି ୫୬ ଲକ୍ଷ ଟଙ୍କାର ଋଣ ଚେକ୍ ପ୍ରଦାନ କରାଯାଇଥିଲା । ସେଣ୍ଢତୀରା ପଞ୍ଚାୟତର ମା ତାରିଣୀ ସ୍ୱୟଂ ସହାୟୀକା ଗୋଷ୍ଠୀକୁ ମାଛ ଚାଷ ପାଇଁ ବିନା ସୁଧରେ ୧୦ ଲକ୍ଷ, କାଦବରାଙ୍ଗ ପଞ୍ଚାୟତର ମା ତାରିଣୀ ସ୍ୱୟଂ ସହାୟୀକା ଗୋଷ୍ଠୀକୁ ନର୍ସରୀ ଓ ମାଛ ଚାଷ ପାଇଁ ୧୦ ଲକ୍ଷ ଏବଂ ଗଣିଜାଙ୍ଗ ପଞ୍ଚାୟତର ମା ତାରିଣୀ ସ୍ୱୟଂ ସହାୟୀକା ଗୋଷ୍ଠୀକୁ ଧାନ କିଣା ଓ ଅନ୍ୟାନ୍ୟ ବ୍ୟବସାୟ ପାଇଁ ୧୦ ଲକ୍ଷ ଟଙ୍କାର ଋଣ ଚେକ୍ ପ୍ରଦାନ କରାଯିବା ସହ ଅନ୍ୟ ସ୍ୱୟଂ ସହାୟୀକା ଗୋଷ୍ଠୀ ମାନଙ୍କୁ ୫ ଲକ୍ଷ ଟଙ୍କାର ଋଣ ଚେକ୍ ପ୍ରଦାନ କରାଯାଇଥିଲା । ଡି.ପି.ଏମ୍ ସଞ୍ଜୟ କୁମାର ବାରିକ ମଞ୍ଚ ପରିଚାଳନା କରିଥିବା ବେଳେ ଭାରପ୍ରାପ୍ତ ବି.ପି.ଏମ୍ ଦୁର୍ଗା ପ୍ରସାଦ ଦାସ, ବ୍ଲକ ସଂଯୋଜିକା ସ୍ମିତା ପାଣିଗ୍ରାହୀ, ରଶ୍ମିତା ପଣ୍ଡା, ସଞ୍ଜୁଲତା ନାୟକ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ମିଶନଶକ୍ତିର ସମସ୍ତ କର୍ମଚାରୀଙ୍କ ସମେତ ୨୫ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘର କର୍ମକର୍ତ୍ତା, ଏମ୍‌.ବି.କେ, ସିଆରପି, ବ୍ୟାଙ୍କ ମିତ୍ର, ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ