ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟର ସେଲସ ଆସିଷ୍ଟାଣ୍ଟଙ୍କୁ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଦନା
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ସ୍ଥିତ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟର ସେଲସ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଥିବା ସିମାଞ୍ଚଳ ଦାଶଙ୍କୁ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସେଲସ୍ ଆସିଷ୍ଟାଣ୍ଟ ଭାବେ ଶ୍ରୀ ଦାଶ ଦୀର୍ଘ ଦିନ ଧରି ନିଜ ଦାୟିତ୍ୱକୁ ସୂଚାରୁ ରୂପେ ସମ୍ପାଦନ କରିଆସୁଥିଲେ । ଆଜି ସେ ଚାକିରୀ ଜୀବନରୁ ଅବସର ନେଇଛନ୍ତି । ଏହି ଅବସରରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ମହାନ୍ତି, ଆସିଷ୍ଟାଣ୍ଟ ମ୍ୟାନେଜର ଭାସ୍କର ଚନ୍ଦ୍ର ମାଝି, ସଂତାପନ ଅଧିକାରୀ ପ୍ରତାପ କୁମାର ଖୁଣ୍ଟିଆଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଶ୍ରୀ ଦାଶଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି ।